ଭିଡିଓ: ଘଣ୍ଟା ପିଛା ୧୮୦ କିଲୋମିଟର ବେଗରେ ଦୌଡ଼ିଲା ଟି-୧୮ ରେଳଗାଡ଼ି

ନୂଆଦିଲ୍ଲୀ: ଦେଶର ସବୁଠାରୁ ଆଧୁନିକ ଇଞ୍ଜିନ ବିହୀନ ଟ୍ରେନ୍‌ ଟି-୧୮ ରବିବାର ଦ୍ରୁତ ଗତିରେ ଦୌଡ଼ିବା ମାମଲାରେ ଇତିହାସ ରଚିଛି। ଦ୍ୱିତୀୟ ଥର ପରୀକ୍ଷା ସମୟରେ ରେଳଗାଡ଼ି ଘଣ୍ଟା ପିଛା ୧୮୦ କିଲୋମିଟର ବେଗରେ ଦୌଡ଼ିଛି। ଏହି ଟ୍ରେନ୍‌କୁ ଦ୍ୱିତୀୟ ଥର କୋଟା ଠାରୁ ସଓ୍ଵାଇମାଧୋପୁର ମଧ୍ୟରେ ପରୀକ୍ଷା କରଯାଇଛି। ଏହି ଟ୍ରେନ୍‌କୁ ପ୍ରଥମ ଥର ପାଇଁ ଯେତେବେଳେ ପରୀକ୍ଷା କରାଯାଇଥିଲା, ସେହି ସମୟରେ ଘଣ୍ଟା ପିଛିା ୧୬୦ କିଲୋମିଟର ବେଗରେ ଦୌଡ଼ିଥିଲା। ଆଇସିଏଫ୍‌ ପ୍ରମୁଖ ସୁଧାଂଶୁ ମଣି ଦ୍ୱିତୀୟ ପରୀକ୍ଷା ସମୟରେ ଉପସ୍ଥିତ ଥିଲେ। କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏ ସଂପର୍କରେ ଏକ ଭିଡିଓ ଜାରି କରିଛି। ବର୍ତ୍ତମାନ ଏହି ଟ୍ରେନ୍‌ ଘଣ୍ଟା ପିଛା ୨୦୦ କିଲୋମିଟର ବେଗରେ ଚଳାଇବାର ସମ୍ଭାବନା ଦେଖାଯାଉଛି।

ଆଇସିଏଫ୍‌ର ମହାପ୍ରବନ୍ଧକ ମଣି କହିଛନ୍ତି, ଟ୍ରେନ୍‌-୧୮ ପରୀକ୍ଷା ସମୟରେ ଘଣ୍ଟା ପିଛା ୧୮୦ କିଲୋମିଟର ବେଗରେ ଗତି କରିପାରିଛି କିନ୍ତୁ ଏବେ ସବୁ ପରୀକ୍ଷା କରାଯାଇ ନାହିଁ। ଏହା ଟ୍ରେନ୍‌-୧୮ ପାଇଁ ଐତିହାସିକ ଘଟଣା। ସେ କହିଛନ୍ତି, ଡାଟାକୁ ବିଶ୍ଲେଷଣ କରାଯିବ କିନ୍ତୁ କେବଳ ଏହା ସ୍ପଷ୍ଟ କରାଯାଇପାରିବ ଯେ, ଟ୍ରେନ୍‌ ଘଣ୍ଟା ପିଛା ୧୮୦ କିଲୋମିଟର ବେଗରେ ଗତି କରିପାରିଛି।

ସମ୍ବନ୍ଧିତ ଖବର