ଉଦୟପୁର ଥାନା ବାଲ୍‌କୋନିରେ ବିଦେଶୀଙ୍କ ସେକ୍ସ୍‍ ଭିଡିଓ ଭାଇରାଲ୍‌

ଉଦୟପୁର: ଉଦୟପୁର ଅନ୍ତର୍ଗତ ଏକ ଥାନା ବାଲ୍‌କୋନିରେ ଏକ ବିଦେଶୀ ଦମ୍ପତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଭିଡିଓଟି ହୋଲି ସମୟରେ ଉତ୍ତୋଳନ କରାଯାଇଥିବା ଅନୁମାନ କରାଯାଉଛି।

ଭିଡିଓଟି ଘଣ୍ଟାଘର ଥାନାର ବାଲ୍‌କୋନିର। ମିଳିଥିବା ରିପୋର୍ଟ ଅନୁସାରେ ରାସ୍ତା ଆରପଟ କୋଠାରୁ କେହି ଜଣେ ମୋବାଇଲ୍‌ ଫୋନ୍‌ରେ ଏହି ଭିଡିଓ ଉତ୍ତୋଳନ କରିଥିବା ଅନୁମାନ କରାଯାଉଛି। ଭିଡିଓରେ ଥିବା ସେ ଦମ୍ପତିଙ୍କୁ ଏ ଯାଏଁ ଚିହ୍ନଟ କରାଯାଇ ପାରିନାହିଁ।

ଟେରାସ୍‌ ଉପରକୁ ଯିବା ପାଇଁ ଥାନା ଭିତର ଦେଇ ହିଁ ଗୋଟିଏ ମାତ୍ର ବାଟ ରହିଛି। ଏ ଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ସମସ୍ତଙ୍କ ଅଜ୍ଞାତରେ କେମିତି ସେ ଦମ୍ପତି ବାଲ୍‌କୋନିକୁ ଗଲେ।

ଏସ୍‌ପି ରାଜେନ୍ଦ୍ର ପ୍ରସାଦ ଗୋୟାଲ କହନ୍ତି ଯେ ଏହି ଭିଡିଓର ବାସ୍ତବତା ଉପରେ ପ୍ରଶ୍ନ ଉଠାଇବା କଥା। ଏହା ଅସଲି ଭିଡିଓ ନୁହେଁ।

ତଥାପି ଏହା ଉପରେ ତଦନ୍ତ ଆରମ୍ଭ କରାଯାଉଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର