୨୦୦ ନକ୍ସଲଙ୍କ ସୁରକ୍ଷାରେ ଥିବା କୁଖ୍ୟାତ ଅପରାଧୀ ‘ଅରବିନ୍ଦ’ର ହୃଦଘାତରେ ମୃତ୍ୟୁ!

ରାୟପୁର: ଛତିଶଗଡ଼ରେ ନକ୍ସଲବାଦକୁ ଶକ୍ତିଶାଳୀ କରିବା ଓ ଅପରାଧ ଘଟଣାରେ ସାମ୍ରାଜ୍ୟ ବିସ୍ତାର କରିଥିବା କୁଖ୍ୟାତ ଅପରାଧୀ ଅରବିନ୍ଦଙ୍କ ମୃତ୍ୟୁ ନେଇ ଶୁକ୍ରବାର ପ୍ରଶାସନିକ ଓ ପୁଲିସ ସ୍ତରରେ ଦିନ ତମାମ ଆଲୋଚନା ହୋଇଛି। କିନ୍ତୁ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଅରବିନ୍ଦଙ୍କ ମୃତ୍ୟୁ ହୋଇଛି ନା ଏବେ ବି ସେ ଜୀବିତ। ନକ୍ସଲଙ୍କ ପ୍ରତି ସହାନୁଭୂତି ରଖୁଥିବା ଲୋକ ତଥା ମାଓନେତାମାନେ ମଧ୍ୟ ଅରବିନ୍ଦଙ୍କ ମୃତ୍ୟୁ ନେଇ କିଛି କହୁ ନାହାନ୍ତି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଅରବିନ୍ଦ ଦେଶରେ ନକ୍ସଲ ଆନ୍ଦୋଳନର ଥିଙ୍କ ଟ୍ୟାଙ୍କ ଭାବରେ ଜଣାଶୁଣା। ତା’ର ପ୍ରକୃତ ନାମ ହେଉଛି ଦେବକୁମାର ସିଂହ ଓରଫ ଅରବିନ୍ଦ। ଛତିଶଗଡ଼ ଡିଜିପି(ନକ୍ସଲ ଅପରେସନ) ଡିଏମ୍‌ ଅବସ୍ଥିଙ୍କ କହିବା ଅନୁସାରେ ଅରବିନ୍ଦ ଅସୁସ୍ଥ ଥିଲା। ପୁଲିସ ଅପରେସନ ଯୋଗୁଁ ତାଙ୍କୁ ବାରମ୍ବାର ଠିକଣା ବଦଳାଇବାକୁ ପଡୁଥିଲା। କୁହାଯାଇଥାଏ ଅରବିନ୍ଦ ପ୍ରାୟ ୨୦୦ ନକ୍ସଲଙ୍କ ସୁରକ୍ଷାରେ ରହୁଥିଲା।

ଝାରଖଣ୍ଡର ବୁଢ଼ାପାହାଡ ଜଙ୍ଗଲରେ ଏକ ଗୋପନୀୟ ସ୍ଥାନରେ ରହୁଥିବା ଅରବିନ୍ଦଙ୍କ ହୃଦ୍‌ଘାତରେ ଅଚାନକ ମୃତ୍ୟୁ ହୋଇଯାଇଛି। ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳର ଅଧିକାରୀଙ୍କୁ ମଧ୍ୟ ଅରବିନ୍ଦଙ୍କ ମୃତ୍ୟୁ ସୂଚନା ମିଳିଛି। କିନ୍ତୁ ପ୍ରକୃତ ସୂଚନା ମିଳିବା ପରେ ଏ ବିଷୟରେ କହିହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର