ଚା’ ବିକ୍ରି କରି ନିଜର ଓ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ଜାତୀୟସ୍ତରୀୟ ସ୍ୱର୍ଣ୍ଣପଦକ ବିଜେତା

ତାମିଲନାଡୁ: ଦିନ ଥିଲା ସ୍ୱର୍ଣ୍ଣ ପଦକ ଜିତି ଦେଶର ନାମ ରଖୁଥିଲେ କଲାଇମଣି । ଆଜି ଏହି ମହିଳା ଖେଳାଳି କୋୟମ୍ବଟୁରରେ ଚା’ ବିକ୍ରି କରି ନିଜର ଓ ପରିବାରର ଗଜୁରାଣ ମେଣ୍ଟାଉଛନ୍ତି। ୪୫ବର୍ଷର୍ୀୟ କଲାଇମଣି ବୃତ୍ତିରେ ଜଣେ ଖେଳାଳି। ସେ ତିନିଟି ସନ୍ତାନର ମା’। ଜାତୀୟସ୍ତରରେ ମାଷ୍ଟର ଆଥଲେଟିକ୍‌ ଇଭେଣ୍ଟରେ ଚାରିଟି ସ୍ୱର୍ଣ୍ଣ ପଦକର ସେ ବିଜୟିନୀ ହୋଇଛନ୍ତି।

ତେବେ କଲାଇମଣିଙ୍କୁ ଖେଳାଳି ଭାବେ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳି ନାହିଁ। ଶେଷରେ ନିଜର ଓ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଏକ ଚା’ ଦୋକାନ ଆରମ୍ଭ କରିଥିଲେ। ଏହି ଦୋକାନରୁ ତାଙ୍କର ଦିନକୁ ୪୦୦ରୁ ୫୦୦ଟଙ୍କା ରୋଜଗାର ହୋଇ ପାରୁଛି। ଏହି ଟଙ୍କା ସେ ପରିବାର ଓ ନିଜ ଖେଳ ପାଇଁ ଯାହା ଦରକାର ସେଥିରେ ଖର୍ଚ୍ଚ କରୁଛନ୍ତି। ବ୍ୟାଙ୍କକୁ ଋଣ ପାଇଁ ଆବେଦନ କରିଥିଲେ କିନ୍ତୁ ସେମାନେ ଦେବାକୁ ମନା କରି ଦେଇଥିଲେ। ଏହାପରେ ସେ ତାଙ୍କ ସାଙ୍ଗମାନଙ୍କଠାରୁ ଅର୍ଥ ସାହାଯ୍ୟ ନେଇ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି।

ସମ୍ବନ୍ଧିତ ଖବର