କୋମାରେ ଥିଲେ, ତୁରନ୍ତ ଏମ୍ଆର୍ଆଇ କରିବା ପରିବର୍ତ୍ତେ ଅଗଷ୍ଟ ମାସର ତାରିଖ ଦେବାରୁ ପ୍ରାଣ ହରାଇଲେ ମହିଳା
ନୂଆଦିଲ୍ଲୀ : ଦିଲ୍ଲୀର ସବୁଠାରୁ ବଡ଼ ଡ଼ାକ୍ତରଖାନା ସଫଦରଜଙ୍ଗ ହସପିଟାଲରେ ଡ଼ାକ୍ତରଙ୍କ ବଡ଼ ଅବହେଳା ଦେଖିବାକୁ ମିଳିଛି । ଡ଼ାକ୍ତରଙ୍କ ଅବହେଳା ପାଇଁ କୋମାରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏ ନେଇ ମୃତ ମହିଳାଙ୍କ ପରିବାର ଲୋକେ ଡ଼ାକ୍ତରଙ୍କୁ ଦାୟୀ କରିବା ସହ ବିରୋଧ ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୪୭ ବର୍ଷୀୟ ବିମଳା କୋମାରେ ଥିବା ସହ ଡ଼ାକ୍ତର ତୁରନ୍ତ ତାଙ୍କ ମସ୍ତିଷ୍କର ଏମ୍ଆର୍ଆଇ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଡ଼ାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ରେଡିଓଲୋଜି ବିଭାଗ ପକ୍ଷରୁ ବିମଳାଙ୍କୁ ଏମ୍ଆର୍ଆଇ ଲାଗି ଅଗଷ୍ଟ ୨୬ ତାରିଖ ମିଳିଥିଲା । ତୁରନ୍ତ ଏମ୍ଆର୍ଆଇ କରାଯାଇଥିଲେ ବିମଳାଙ୍କୁ ବଞ୍ଚା ଯାଇ ପାରିଥାନ୍ତା ବୋଲି କହି ଡ଼ାକ୍ତରଖାନା ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ବିମଳାଙ୍କ ପରିବାର ଲୋକେ । କେବଳ ବିମଳାଙ୍କୁ ନୁହେଁ, ସଫଦରଜଙ୍ଗରେ ଚିକିତ୍ସିତ ହେଉଥିବା ଆଉ ଜଣେ ମହିଳା ରୋଗୀଙ୍କୁ ମଧ୍ୟ ଏମ୍ଆର୍ଆଇ ପାଇଁ ନଭେମ୍ବର ୧୨ ତାରିଖ ମିଳିଥିବା ଜଣାପଡ଼ିଛି ।