୯ବର୍ଷ ପୂର୍ବେ ହଜି ଯାଇଥିବା ହୀରା ମୁଦିକୁ ଫେରି ପାଇଲେ ମହିଳା, ଜାଣନ୍ତୁ କେମିତି?
ନୂଆଦିଲ୍ଲୀ: ଚମତ୍କାର ବୋଲି କିଛି ଜିନିଷ ରହିଛି, ଯାହାକୁ ପ୍ରମାଣ କରିଛି ନିଉ ଜର୍ସିରେ ଘଟିଥିବା ଏକ ଘଟଣା । ନିଜ ଜର୍ସିରେ ରହୁଥିବା ଜଣେ ମହିଳାଙ୍କୁ ନିର୍ବନ୍ଧରେ ମିଳିଥିବା ମୁଦିକୁ ସେ ୯ବର୍ଷ ପୂର୍ବେ ହଜାଇ ଦେଇଥିଲେ । ଏବେ ସେ ୯ବର୍ଷ ପୂର୍ବେ ହଜାଇଥିବା ମୁଦିକୁ ଫେରି ପାଇଥିବା ଜଣା ପଡ଼ିଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଟଏଲେଟ୍ ଯାଇଥିବା ବେଳେ ଭୁଲବଶତଃ ମହିଳାଙ୍କ ମୁଦି ଟଏଲେଟ୍ ପ୍ୟାନ୍ ଭିତରେ ପଡ଼ି ଭିତରକୁ ଚାଲି ଯାଇଥିଲା । ଏହି ଘଟଣା ପରେ ସେ କେବେ ହେଲେ ତାଙ୍କ ମୁଦିକୁ ଫେରି ପାଇବେ ନାହିଁ ବୋଲି ଭାବି ନେଇଥିଲେ । କିନ୍ତୁ ୯ବର୍ଷ ପରେ ତାଙ୍କ ଘର ପାଖରେ ଥିବା ମ୍ୟାନ୍ହୋଲରେ ୪୦୦ଫୁଟ୍ ତଳେ ସଫେଇ କାମ ଚାଲୁଥିବା ବେଳେ ଏକ ଚମକୁଥିବା ଜିନିଷ ସଫେଇ କର୍ମଚାରୀଙ୍କୁ ମିଳିଥିଲା । ଯାହାକୁ ସେ ସଫେଇ କାମ ଦାୟିତ୍ୱରେ ଥିବା ମୁଖ୍ୟ ଟେଡ଼୍ ଗୋଗୋଲଙ୍କୁ ଦେଖାଇଥିଲେ ।
ଟେଡ଼୍ ଗୋଗୋଲ ମୁଦି ଦେଖିବା ପରେ ପାଖରେ ରହୁଥିବା ମହିଳାଙ୍କ କଥା ମନେ ପଡ଼ିଥିଲା । ୩ମାସ ପୂର୍ବରୁ ମହିଳାଜଣଙ୍କ ଟେଡ଼୍ଙ୍କୁ ନିଜ ମୁଦି ହଜିବା କଥା ଜଣାଇଥିଲେ । ମନେ ପଡ଼ିବା ପରେ ଟେଡ଼୍ ମହିଳାଙ୍କୁ ନେଇ ମିଳିଥିବା ମୁଦିଟି ଦେଖାଇଥିଲେ । ଯାହା ପରେ ମହିଳାଜଣଙ୍କ ନିଜ ମୁଦିକୁ ଚିହ୍ନ ପାରିବା ସହ ୯ବର୍ଷ ପରେ ମୁଦିକୁ ଫେରି ପାଇ ଖୁସି ହୋଇ ଯାଇଥିଲେ ।