ସ୍ୱାମୀଙ୍କ ମୃତ୍ୟୁର ୧୦ବର୍ଷ ପରେ ଦୁଇଟି ସନ୍ତାନକୁ ଜନ୍ମ ଦେଲେ ମହିଳା, ଏଭଳି ହେଲା ସମ୍ଭବ

ନୂଆଦିଲ୍ଲୀ : ବ୍ରିଟେନରେ ରହୁଥିବା ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁର ୧୦ବର୍ଷ ପରେ ଦୁଇଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ଖବରଟି ପ୍ରଥମେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ବେଳେ ମହିଳାଜଣଙ୍କ ଅନ୍ୟ କୌଣସି ପୁରୁଷ ସହ ସଂପର୍କ ରଖି ସନ୍ତାନ ଜନ୍ମ କରିଥିବା କଥା ଆପଣ ଭାବୁଥିବେ । କିନ୍ତୁ ପ୍ରକୃତରେ ଆଇଭିଏଫ୍‌ ଜରିଆରେ ମହିଳାଙ୍କୁ ମା’ ହେବାର ସୌଭାଗ୍ୟ ଅର୍ଜନ ହୋଇଥିବା ଜଣା ପଡ଼ିଛି । କର୍କଟ ରୋଗରେ ପୀଡ଼ିତ ହୋଇ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ପର୍ମକୁ ଜମା କରି ରଖି ଦିଆଯାଇଥିଲା । ପରେ ଆଇଭିଏଫ୍‌ ଟେକ୍‌ନିକ୍‌ ଜରିଆରେ ମହିଳା ଦୁଇ ଥର ମା’ ବନିଛନ୍ତି ।

पति की मौत के 10 साल बाद महिला ने दिया 2 बच्चों को जन्म, बताया चमत्कार
aajtak.intoday.in

ସୂଚନା ମୁତାବକ, ୨୦୦୭ରେ ଆଞ୍ଜେଲିନ୍‌ ଓ କ୍ରିସ୍‌ ବିବାହ କରିଥିଲେ । ପରେ ୨୦୦୮ରେ କ୍ରିସ୍‌ଙ୍କ ମୃତ୍ୟୁ ହୋଇଥିଲା । ଦୁହେଁ ୫ଟି ସନ୍ତାନ କରିବାକୁ ଚାହୁଁଥିଲେ ମଧ୍ୟ କ୍ରିସ୍‌ଙ୍କ କର୍କଟ ରୋଗ ବାଟର କଣ୍ଟା ସାଜିଥିଲା । ଯାହା ପାଇଁ ଡାକ୍ତରଙ୍କ ପରାମର୍ଶରେ ମୃତ୍ୟୁ ପୂର୍ବରୁ କ୍ରିସ୍‌ଙ୍କ ସ୍ପର୍ମ ରଖି ଦିଆଯାଇଥିଲା । କ୍ରିସ୍‌ଙ୍କ ମୃତ୍ୟୁ ପରେ ତାଙ୍କ ସ୍ପର୍ମ ଜରିଆରେ ୨୦୧୩ରେ ପ୍ରଥମେ ଗର୍ଭବତୀ ହୋଇଥିଲେ ଆଞ୍ଜେଲିନ୍‌ ।ଏହା ପରେ ୨୦୧୮ରେ ସେ ଦ୍ୱିତୀୟ ଥର ମା’ ବନିଥିଲେ । ଏବେ ସେ ଏକ ପୁତ୍ର ଓ କନ୍ୟା ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ସମ୍ବନ୍ଧିତ ଖବର