ମହିଳାଙ୍କୁ ଉଲଗ୍ନ କରି ଚଲାଇଲେ

ପାଟ୍‌ନା: ବିହାର ଭୋଜପୁର ଜିଲ୍ଲା ସ୍ଥିତ ବିହିୟାରେ ଜଣେ ବାଳକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଜଣେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଯାଇଛି। ନିକଟସ୍ଥ ଦୋକାନ ଗୁଡ଼ିକରେ ବିଶୃଙ୍ଖଳିତ ଜନତା ନିଅାଁ ଲଗାଇ ଦେଇଛନ୍ତି ଏବଂ ଟ୍ରେନ୍‌ ଗୁଡ଼ିକୁ ଢେଲା ପଥର ଫିଙ୍ଗିଛନ୍ତି। ବିହିୟା ରେଳ ଧାରଣା ନିକଟସ୍ଥ ରେଡ୍‌ ଲାଇଟ୍‌ ଅଞ୍ଚଳରେ ୧୬ ବର୍ଷର ବାଳକ ବିମଲେଶ କୁମାର ଓରଫ୍‌ ଛୋଟୁୁର ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଲୋକେ ଏଭଳି କାଣ୍ଡ ଘଟାଇଛନ୍ତି। ଷ୍ଟେସନ୍‌୍‌ ନିକଟ ରେଡ୍‌ ଲାଇଟ୍‌ ଅଂଚଳରେ ଏହି ଘଟଣା ଘଟିଛି।

ସମ୍ବନ୍ଧିତ ଖବର