ଯୋଗ ଖ୍ରୀଷ୍ଟିଆନ ବିଶ୍ୱାସର ପରିପନ୍ଥୀ, ଯୋଗ ମାଧ୍ୟମରେ ଆରଏସଏସ ନିଜର ଗୋପନ ଏଜେଣ୍ଡା ଚଳାଉଛି: କେରଳ ଚର୍ଚ୍ଚର ରିପୋର୍ଟ

ତିରୁଅନନ୍ତପୁରମ: ସାରା ବିଶ୍ୱରେ ଯୋଗର ପ୍ରସାର ପାଇଁ ଭାରତ ସରକାର ଲାଗିଥିବାବେଳେ କେରଳର ଖ୍ରୀଷ୍ଟିଆନମାନେ ଏହାକୁ ବିରୋଧ କରିଛନ୍ତି । ଯୋଗ ଦର୍ଶନ ଖ୍ରୀଷ୍ଟିଆନ ବିଶ୍ୱାସ ସହ ମେଳ ଖାଉନାହିଁ ବୋଲି କେରଳର ସାଇରୋ ମାଲାବାର ଡକ୍ଟ୍ରିନାଲ କମିଶନ ମତ ଦେଇଛି । ଯୋଗ ମାଧ୍ୟମରେ ହିନ୍ଦୁବାଦୀ ସଂଗଠନଗୁଡ଼ିକ ନିଜର ଗୋପନ ଏଜେଣ୍ଡା ଚଳାଉଛନ୍ତି ବୋଲି କମିଶନ ଅଭିଯୋଗ କରିଛି ।

କମିଶନ ପକ୍ଷରୁ କୁହାଯାଇଛି ଯେ ଆରଏସ୍‌ଏସ୍‌ ଓ ହିନ୍ଦୁବାଦୀ ସଂଗଠନମାନେ ହିନ୍ଦୁତ୍ୱର ପ୍ରସାର ପାଇଁ ଯୋଗର ସାହାରା ନେଉଛନ୍ତି । ଯୋଗ ମାଧ୍ୟମରେ ହିନ୍ଦୁତ୍ୱର ପ୍ରସାର କରାଯାଉଛି । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯୋଗ କେବଳ ଏକ ବ୍ୟାୟାମ, ଏହାଦ୍ୱାରା ନିର୍ବାଣ ପ୍ରାପ୍ତି ବା ଇଶ୍ୱର ପ୍ରାପ୍ତି ସମ୍ଭବ ନୁହେଁ । ଯୋଗ ଦର୍ଶନ ବିଶ୍ୱାସ କରେ ଯେ ଏହା ମାଧ୍ୟମରେ ମନୁଷ୍ୟ, ପ୍ରକୃତି ଓ ଇଶ୍ୱରଙ୍କ ମଧ୍ୟରେ ସଂଯୋଗ ହୋଇପାରିବ । କିନ୍ତୁ ଖ୍ରୀଷ୍ଟିଆନ ବିଶ୍ୱାସ ଅନୁସାରେ ଇଶ୍ୱର ଓ ପ୍ରକୃତି ଏବଂ ଜୀବ କେବେହେଲେ ଏକ ହୋଇପାରିବେ ନାହିଁ । ତେବେ ଏହି କମିଶନ ସ୍ୱୀକାର କରିଛି ଯେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯୋଗାଭ୍ୟାସ କଲେ କିଛି କ୍ଷତି ନାହିଁ । ଏହି କମିଶନ ମଧ୍ୟ ଯୋଗ ସଂପର୍କରେ ପୋପ୍‌ ଫ୍ରାନ୍ସିସଙ୍କ ମତକୁ ଉଦ୍ଧାର କରିଛି । ପୋପ କହିଛନ୍ତି ଯେ ଯୋଗଶାଳାରେ ଆଧ୍ୟାତ୍ମକତାର ସନ୍ଧାନ କରିବାର ଆବଶ୍ୟକତା ନାହିଁ । ଯେତେବେଳେ ତୁମେ ଅନ୍ୟ ଧର୍ମର ଆଧ୍ୟାତ୍ମିକ ପଥଗୁଡ଼ିକର ଅନୁସରଣ କର ସେତେବେଳେ ଦୁର୍ଘଟଣା ହେବା ଅବଶ୍ୟମ୍ଭାବୀ ।

ଏହି ଡକ୍ଟ୍ରିନାଲ କମିଶନରେ ୪ ଜଣ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ବିଶପ ଓ ଜଣେ ପାଦ୍ରି ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର