ଅୱେସିଙ୍କୁ ଯୋଗୀଙ୍କ ଟା‌ର୍ଗେଟ୍‌, ନିଜାମ୍‌ଙ୍କ ଭଳି ତେଲେଙ୍ଗାନା ଛାଡ଼ିବ

ବିକାରାବାଦ (ତେଲେଙ୍ଗାନା): ବିଜେପିର ଷ୍ଟାର୍‌ ପ୍ରଚାରକ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତେଲେଙ୍ଗାନାରେ ଦଳର ନିର୍ବାଚନୀ ପ୍ରଚାରରେ ଏଆଇଏମ୍‌ଆଇଏମ୍‌ ଏବଂ ଏହାର ନେତା ଅସଦୁଦ୍ଦିନ୍‌ ଅୱେସିଙ୍କୁ ଟାର୍ଗେଟ୍‌ କରି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଏଥର ବିଜେପି ପୁଣି କ୍ଷମତାକୁ ଫେରିଲେ ଅୱେସିଙ୍କୁ ତେଲେଙ୍ଗାନା ଛାଡ଼ିବାକୁ ପଡ଼ିବ। ନିଜାମ୍‌ ଯେଭଳି ଭାବେ ହାଇଦ୍ରାବାଦ ଛାଡ଼ିଦେଇଥିଲେ, ସେମିତି ଅୱେସି ତେ‌ଲେଙ୍ଗାନାରୁ ପଳାଇବେ। ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଡିସେମ୍ବର ୭ ତାରିଖରେ ହେବାକୁ ଥିବା ବେଳେ ବିଭିନ୍ନ ଦଳଗୁଡ଼ିକ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି। ବିଜେପି ପକ୍ଷରୁ ଆଜି ଯୋଗୀ ଆଦିତ୍ୟନାଥ ହାଇଦ୍ରାବାଦରେ ପହଞ୍ଚିଛନ୍ତି। କିଛିଦିନ ହେଲା ଅୱେସି ଓ ଯୋଗୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।

ସମ୍ବନ୍ଧିତ ଖବର