ଜାକିର ନାଇକ୍‌ଙ୍କୁ ଭାରତକୁ ପଠାଇ ଦେବା ଉଚିତ: ମାଲେସୀୟ ମନ୍ତ୍ରୀ

ନୂଆଦିଲ୍ଲୀ: ମାଲେସିୟାର ସ୍ଥାୟୀ ବାସିନ୍ଦା ଭାରତଜନ୍ମିତ ଇସ୍‌ଲାମୀୟ ଧର୍ମପ୍ରଚାରକ ଜାକିର ନାଇକ୍‌ଙ୍କୁ ଦେଶରେ ରହିବାକୁ ଅନୁମତି ନ ଦେବା ଉଚିତ ବୋଲି ମାଲେସୀୟ ମାନବ ସମ୍ବଳ ମନ୍ତ୍ରୀ ଏମ୍‌. କୁଳସେଗାରନ୍‌ କହିଛନ୍ତି।

‘ମାଲୟମେଲ୍‌’ରେ ପ୍ରକାଶିତ ଖବର ଅନୁସାରେ, କୁଳସେଗାରନ୍‌ କହିଛନ୍ତି କି, ଜାକିର ନାଇକ୍‌ଙ୍କ କାର୍ଯ୍ୟକଳାପ ସ୍ଥାୟୀ ବାସିନ୍ଦା ପାହ୍ୟାର ଯୋଗ୍ୟତା ପ୍ରତିପାଦନ କରୁନାହିଁ ଏବଂ ଏ କଥା ଆସନ୍ତା କ୍ୟାବିନେଟ୍‌ ବୈଠକରେ ପଡ଼ିବ।

Image Source: India Today

ନାଇକ୍‌ ବାହାର ଦେଶର ଲୋକ ଏବଂ ପଳାତକ ମଧ୍ୟ। ତାଙ୍କର ମାଲେସିୟା ଇତିହାସ ବିଷୟରେ ସାମାନ୍ୟ ଧାରଣା ଥିବାରୁ ଅନ୍ୟ ମାଲେସୀୟବାସୀଙ୍କୁ ଛୋଟ କରିଦେବା ନିମନ୍ତେ ତାଙ୍କୁ ସୁବିଧା ଦିଆଯିବା ଅନୁଚିତ। ତାହା ପୁଣି ଦେଶ ପ୍ରତି ସେମାନଙ୍କ ବିଶ୍ୱସ୍ତତା ଉପରେ।

ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆର୍ଥିକ ଦୁର୍ନୀତି ମାମଲାରେ ବିବାଦୀୟ ଧର୍ମ ପ୍ରଚାରକ ନାଇକଙ୍କୁ ଭାରତ ଖୋଜୁଛି।

ମାଲେସିୟାରେ ବାସ କରୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ତୁନ୍‌ ଡ. ମହାଥିର୍‌ ମହମ୍ମଦ୍‌ଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବେଶୀ ଆନୁଗତ୍ୟ ଥିବା କଥା ଜାକିର୍‌ ନାଇକ୍‌ କହିଥିବା କଥା କୁଳସେଗାରନ୍‌ କହିଛନ୍ତି।

ସେ କହିଛନ୍ତି ଏବେ ସେ ଭାରତ ଯାଇ ତାଙ୍କ ନାମରେ ଥିବା ଆତଙ୍କବାଦୀ ସମ୍ପର୍କ ଏବଂ ଆର୍ଥିକ ଦୁର୍ନୀତି ମାମଲାର ସମ୍ମୁଖୀନ ହେବାର ବେଳ ଆସିଛି।

ସମ୍ବନ୍ଧିତ ଖବର