ଓଡ଼ିଶାର ୧୦ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ: ଭୁବନେଶ୍ୱରରୁ ଅପରାଜିତା, କେନ୍ଦ୍ରାପଡ଼ାରୁ ବୈଜୟନ୍ତ
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଗୁରୁବାର ୧୮୪ ଲୋକସଭା ଆସନ ସମେତ ଓଡ଼ିଶାର ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପିର ଘୋଷଣା ଅନୁସାରେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରିଣୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର କେନ୍ଦ୍ରାପଡ଼ା ଆସନରୁ ନିର୍ବାଚନ ମଇଦାନରେ ପାଦ ରଖିବେ।
Sambad is now on WhatsApp
Join and get latest news updates delivered to you via WhatsApp
#BJPFirstListOut | BJP releases first list of 182 candidates for 2019 Lok Sabha elections. #LoksabhaElection2019 #BJPfirstlist pic.twitter.com/LVqrDdxniI
— Asia News (@asianewsteam) March 21, 2019
ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ସଂପାଦକ ଜେପି ନଡ୍ଡା ପ୍ରାର୍ଥୀଙ୍କର ନାମ ଘୋଷଣା କରିଛନ୍ତି। କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ ପୂର୍ବ ଭଳି ଏଥର ମଧ୍ୟ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଛିଡ଼ା ହେବେ। ସେହିପରି ବଲାଙ୍ଗୀରରୁ ସଂଗୀତା ସିଂହଦେଓ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, କେନ୍ଦୁଝରରୁ ଅନନ୍ତ ନାଏକ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଆସିକାରୁ ଅନୀତା ପ୍ରିୟଦର୍ଶିନୀ ଏବଂ ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର ନିର୍ବାଚନ ଲଢ଼ିବେ।