ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ଏହି ସବୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି
ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ନିର୍ବାଚନମଣ୍ଡଳୀ (ଆସ୍କା,କନ୍ଧମାଳ,ବରଗଡ଼,ବଲାଙ୍ଗୀର ଓ ସୁନ୍ଦରଗଡ଼)ଏବଂ ଏଥି ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ୯୧୧୭ ଭୋଟଗ୍ରହଣ କେନ୍ଦ୍ର ସ୍ଥାପିତ ହୋଇଛି, ଯେଉଁଥିରେ ୬୦,୩୩୯ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆସନ୍ତୁ ଦେଖିବା ସ୍ୱଚ୍ଛନ୍ଦରେ ଭୋଟ ଗ୍ରହଣ ସୁନିଶ୍ଚିତ କରିବାକୁ କି କି ବ୍ୟବସ୍ଥା କରାଯାଇଛି..
Sambad is now on WhatsApp
Join and get latest news updates delivered to you via WhatsApp
• ସଂପୂର୍ଣ୍ଣ ମହିଳା କର୍ମଚାରୀ ଥିବା ମତଦାନ କେନ୍ଦ୍ର ସଂଖ୍ୟା-୩୫
• ସମ୍ବେଦନଶୀଳ ମତଦାନ କେନ୍ଦ୍ର ସଂଖ୍ୟା- ୩୭୦୧
• ଭୋଟଗ୍ରହଣ ଡ଼୍ୟୁଟିରେ ନିୟୋଜିତ ଥିବା ଯାନବାହାନ ସଂଖ୍ୟା -୮୬୩୭
• ଜିପିଏସ୍.ଦ୍ୱାରା ଟ୍ରାକ୍ କରାଯାଇଥିବା ଯାନବାହାନ ସଂଖ୍ୟା-୭୧୩
• ଦିବ୍ୟାଙ୍ଗଙ୍କ ପାଇଁ ର୍ୟାମ୍ପ୍ ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା-୯୧୧୭
• ପାନୀୟ ଜଳ ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା-୯୧୧୭
• ବିଜୁଳି ସଂଯୋଗ ଥିବା ମତଦାନ କେନ୍ଦ୍ର ସଂଖ୍ୟା -୯୧୦୮
• ଆସବାବପତ୍ର ଥିବା ମତଦାନ କେନ୍ଦ୍ର ସଂଖ୍ୟା-୯୧୧୭
• ବିଶ୍ରାମ ପ୍ରକୋଷ୍ଠ ଥିବା ମତଦାନ କେନ୍ଦ୍ର ସଂଖ୍ୟା-୯୧୧୭
• ପୁରୁଷ ଶୌଚାଳୟ ଥିବା ମତଦାନ କେନ୍ଦ୍ର ସଂଖ୍ୟା-୯୧୧୫
• ସ୍ତ୍ରୀ ଶୌଚାଳୟ ଥିବା ମତଦାନ କେନ୍ଦ୍ର ସଂଖ୍ୟା-୯୧୧୫
• ହୁଇଲ୍ ଚେୟାର ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା-୯୨୦୭
• ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ଡ଼ମି ବ୍ୟାଲଟ୍ ସିଟ୍ ଯୋଗା ଯାଇଥିବା ମତଦାନ କେନ୍ଦ୍ର ସଂଖ୍ୟା-୫୮୯୭
• ନିୟୋଜିତ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା-୧୭,୮୮୨
• ମତଦାନ କେନ୍ଦ୍ର ଯେଉଁଠି ନିୟୋଜିତ ସମସ୍ତ କର୍ମଚାରୀ ଦିବ୍ୟାଙ୍କ-୧
• ଦିବ୍ୟାଙ୍ଗ ଭୋଟରଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଯାନବାହନ ସଂଖ୍ୟା-୪୬୯୧