ଜାମା ମସ୍‌ଜିଦ୍‌ ପୂର୍ବରୁ ଥିଲା ଯମୁନା ଦେବୀ ମନ୍ଦିର ! ଦାବି କଲେ ବିନୟ କଟିଆର

ନୂଆଦିଲ୍ଲୀ: ଆଗ୍ରାର ତାଜ ମହଲ ପୂର୍ବରୁ ଏକ ହିନ୍ଦୁ ମନ୍ଦିର ଥିଲା ବୋଲି କେତେକ ଐତିହାସିକ ମନ୍ତବ୍ୟ ଦେବା ପରେ ଉପୁଜିଥିଲା ବିବାଦ। ଏବେ ସେହିପରି ଆଉ ଏକ ବିବାଦ ଉପୁଜିଛି। ଦିଲ୍ଲୀର ପ୍ରସିଦ୍ଧ ଜାମା ମସ୍‌ଜିଦ୍‌ ପୂର୍ବରୁ ଯମୁନା ଦେବୀ ମନ୍ଦିର ଥିଲା ବୋଲି ବିଜେପି ନେତା ବିନୟ କଟିଆର ଦାବି କରିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୋଗଲ ସମ୍ରାଟମାନେ ୬୦୦୦ଟି ନିର୍ମାଣକୁ ଭାଙ୍ଗି ଦେଇଥିଲେ। ଯେଉଁଭଳି ଭାବେ ତେଜୋ ମହାଳୟ ସମୟ କ୍ରମେ ତାଜ୍‌ ମହଲ ହୋଇଛି ସେହିଭଳି ଭାବେ ଯମୁନା ଦେବୀ ମନ୍ଦିରକୁ ଭଙ୍ଗା ଯାଇ ଜାମା ମସ୍‌ଜିଦ୍‌ ନିର୍ମାଣ ହୋଇଛି।

ଆମର ଧାର୍ମିକ ସ୍ଥଳଗୁଡ଼ିକ ମୁସ୍‌ଲିମ୍‌ଙ୍କ ଟାର୍ଗେଟରେ। ଆମର ଏବେ ସୁଦ୍ଧା ମାତ୍ର ଗୋଟାଏ ଦାବି ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମଙ୍କ ନିର୍ମାଣ କରାଯାଉ ବୋଲି କତିଆର୍‌ କହିଛନ୍ତି। କତିଆର୍‌ ସୁପ୍ରିମ୍‌କୋର୍ଟରେ ଚାଲିଥିବା ଅଯୋଧ୍ୟା ବିବାଦକୁ ନେଇ କଂଗ୍ରେସ ଏବଂ କପିଲ୍‌ ସିବଲ୍‌ଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଅଯୋଧ୍ୟାରେ କଂଗ୍ରେସ ମସ୍‌ଜିଦ୍‌ ନିର୍ମାଣ କରିବାକୁ ଚାହୁଁଛି। ଯଦି ସେପରି ହୁଏ ତେବେ ଅତୀତର ୬୦୦୦ ହିନ୍ଦୁ ସ୍ଥଳୀକୁ ପୁନରୁଉଦ୍ଧାର କରାଯାଇ ମସ୍‌ଜିଦ୍‌ ରହିଥିବା ସ୍ଥାନରେ ପୁଣିଥରେ ମନ୍ଦିର କରାଯିବ।

ସମ୍ବନ୍ଧିତ ଖବର