ବିଜେପିର ଆଉ ଏକ ପ୍ରାର୍ଥୀ ତାଲିକା, ରାଏବରେଲୀରେ ସୋନିଆଙ୍କ ବିରୋଧରେ ଲଢିବେ ଦିନେଶ ସିଂ

ନୂଆଦିଲ୍ଲୀ : ବିଜେପି ବୁଧବାରଦିନ ନିଜର ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସୋନିଆ ଗାନ୍ଧି ଲଢୁଥିବା ରାଏ ବରେଲୀ ଆସନ ପାଇଁ ବିଜେପି ଦିନେଶ ପ୍ରତାପ ସିଂଙ୍କୁ ଛିଡା କରିଛି । ସେହିପରି ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବଙ୍କୁ ଆଜମଗଡ଼ ପାଇଁ ପ୍ରାର୍ଥୀ କରିଛି । ଏହି ଆସନରୁ ସମାଜବାଦିପାର୍ଟି ନେତା ଅଖିଳେଶ ଯାଦବ ଲଢୁଛନ୍ତି । ସେହିପରି ମୈନପୁରୀ ଆସନ ପାଇଁ ପ୍ରେମ ସିଂ ସାକୟଙ୍କ ନାଁ ଘୋଷଣା କରାଯାଛି । ଏହି ଆସନରୁ ଏସପି ନେତା ମୁଲାୟମ ସିଂ ଯାଦବ ଲଢୁଛନ୍ତି । ୟୁପିର ଫିରୋଜଦାବାଦରୁ ବିଜେପି ଚନ୍ଦ୍ର ସେନ ଯାଦୁନଙ୍କୁ ଛିଡା କରିଛି । ୨୦୧୪ ନିର୍ବାଚନରେ ଏହି ତିନୋଟି ଆସନରୁ ବିଜେପି ହାରିଥିଲା ।

ସେହିପରି ମୁମ୍ବାଇ ଉତ୍ତରପୂର୍ବ ଆସନରୁ ବିଜେପି ଏବେ ଏମପି ଥିବା କିରିଟ ସୋମାୟାଙ୍କୁ ଟିକେଟ ଦେଇନାହିଁ । ଶିବସେନାର ବିରୋଧ କାରଣରୁ ତାଙ୍କୁ ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ ମନୋଜ କୋଟାଲଙ୍କୁ ଛିଡା କରାଯାଇଛି । ବିଜେପିର ମୁଖପାତ୍ର ଥିବା ସୋମାୟା ଶିବସେନାର ଜଣେ ପ୍ରଖର ସମାଲୋଚକଭାବେ ଜଣାଶୁଣା ।

ସମ୍ବନ୍ଧିତ ଖବର