୧୧ରୁ ୧୯ ମଧ୍ୟରେ ଗଣମାଧ୍ୟମରେ ନିର୍ବାଚନ ସଂପର୍କରେ ପୂର୍ବାନୁମାନ ପ୍ରସାରଣ, ପ୍ରକାଶନ ଉପରେ ରୋକ

ଭୁବନେଶ୍ୱର : ଆସନ୍ତା ୧୧ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବାବେଳେ ନିର୍ବାଚନ ଆୟୋଗ କେତେକ କଟକଣା ଜାରି କରିଛନ୍ତି । ଏହା ଅନୁଯାୟୀ ୧୧ ତାରିଖ ସକାଳ ୭ଟା ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳକୁ ନେଇ କୌଣସି ପ୍ରକାରର ପୂର୍ବାନୁମାନ ପ୍ରକାଶନ ବା ପ୍ରସାରଣ ଉପରେ ରୋକ ଲଗାଯାଇଛି ।

ମୁକ୍ତ, ସ୍ୱଚ୍ଛ ଏବଂ ପାରଦର୍ଶୀ ନିର୍ବାଚନ ସୁନିଶ୍ଚିତ କରିବା ଲାଗି ଜନପ୍ରତନିଧି ଆଇନର ଧାରା ୧୨୬-କ ଅନୁଯାୟୀ ନିଷିିଦ୍ଧ ସମୟ ମଧ୍ୟରେ ନିର୍ବାଚନ ଫଳାଫଳ ସମ୍ପର୍କରେ କୌଣସି ପ୍ରକାର ପୂର୍ବାନୁମାନ କାର୍ଯ୍ୟକ୍ରମର କୌଣସି ମାଧ୍ୟମରେ ପ୍ରସାରଣ/ପ୍ରକାଶନ ନକରିବା ଲାଗି ନିର୍ବାଚନ ଆୟୋଗ ଛାପା ଏବଂ ବୈଦୁତିକ ଗଣମାଧ୍ୟମଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।

ନିର୍ବାଚନ ଆୟୋଗ ଜ୍ୟୋତିଷ, ଟାରଟ କାର୍ଡ ରିଡର ଓ ଅନ୍ୟପ୍ରକାରର ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀ ଉପରେ ନିଷେକ୍ଷାଜ୍ଞା ଜାରି କରିଛନ୍ତି । ଏସବୁ ଭବିଷ୍ୟବାଣୀ ଭୋଟରଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧିତ ଖବର