କୋରାପୁଟ: ରାସ୍ତାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଗଛରେ ମାଓ ବିରୋଧୀ ପୋଷ୍ଟର

ଜୟପୁର: ଗତ ରାତିରେ ବୈପାରୀଗୁଡ଼ା ଓ ଦଣ୍ଡାବାଡ଼ି ମଧ୍ୟସ୍ଥ ରତାଖଣ୍ଡି ମୁଖ୍ୟ ରାସ୍ତାରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟିଛି।

ଆଜି ପ୍ରତ୍ୟୁଷରେ ଘଟଣାସ୍ଥଳରେ ପହଞ୍ଚିଥିବା ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀ ଏବଂ ପୁଲିସ କହିବା ଅନୁସାରେ ମାଓବାଦୀମାନେ ରାସ୍ତାରେ ଲ୍ୟାଣ୍ଡ୍‌ମାଇନ୍‌ ବସାଉଥିବା ବେଳେ ସମ୍ଭବତଃ ବିସ୍ଫୋରଣ ଘଟିଛି। ଏଥିରେ ୧୦ରୁ ଅଧିକ ମାଓବାଦୀ ସମ୍ପୃକ୍ତ ଥିବା କଥା ଅନୁମାନ କରାଯାଉଛି।
ଅବଶ୍ୟ ଏହି ବିସ୍ଫୋରଣରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ।

ବିସ୍ଫୋରଣସ୍ଥଳ ଠାରୁ ପ୍ରାୟ ପାଞ୍ଚ ଶହ ମିଟର ଦୂରସ୍ଥ ରାସ୍ତାକଡ଼ ଗଛରେ ଏକ ହାତଲେଖା ମାଓ ବିରୋଧୀ ପୋଷ୍ଟର୍‌ ଲଗାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର