ଦିଦିଙ୍କ ଗଡ଼ରେ ଗର୍ଜିଲେ ମୋଦି : କହିଲେ, ରାଜ୍ୟର ବିକାଶ ରାସ୍ତାରେ ‘ସ୍ପିଡ୍ ବ୍ରେକର’ ବନିଛନ୍ତି ଦିଦି
କୋଲକାତା: ଆଜି ପଶ୍ଚିମବଙ୍ଗରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତାଙ୍କ ଉପରେ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କୁ ରାଜ୍ୟର ବିକାଶ ରାସ୍ତାରେ ସ୍ପିଡ଼୍ ବ୍ରେକର ବୋଲି ଅଭିହିତ କରିଛନ୍ତି ମୋଦି।
Sambad is now on WhatsApp
Join and get latest news updates delivered to you via WhatsApp
ମୋଦି କହିଛନ୍ତି, ପଶ୍ଚିମବଙ୍ଗରେ ଲାଗିଛି ସ୍ପିଡ଼୍ ବ୍ରେକର, ଯାହାକୁ ଆପଣମାନେ ଦିଦି ନାମରେ ଜାଣନ୍ତି । ଦିଦିଙ୍କୁ ଗରିବଙ୍କ ଚିନ୍ତା ନାହିଁ । ଗରିବଙ୍କୁ ନେଇ ରାଜନୀତି କରୁଛନ୍ତି ଦିଦି । ରାଜ୍ୟରୁ ଦ୍ରାରିଦ୍ର୍ୟତା ଦୂର କରିବା ପରିବର୍ତ୍ତେ ଗରିବି ଶେଷ ହୋଇଗଲେ ରାଜନୀତି ବି ଶେଷ ହୋଇଯିବ ବୋଲି ଚିନ୍ତା କରୁଛନ୍ତି ଦିଦି । ପଶ୍ଚିମବଙ୍ଗରେ ଚିଟଫଣ୍ଡ ଘୋଟାଲା ହେଲା । ଗରିବଙ୍କ ଟଙ୍କା ନେଇ ଦିଦିଙ୍କ ମନ୍ତ୍ରୀ , ବିଧାୟକ ଓ ସାଥୀ ପଳାଇଗଲେ । ଗରିବଙ୍କ ଚିନ୍ତାରେ କେନ୍ଦ୍ର ଏନଡ଼ିଏ ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଛନ୍ତି । ଯୋଜନା ଅନ୍ତର୍ଗତ ଗରିବଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତରେ ମାଗଣରେ ଚିକିତ୍ସା ପ୍ରଦାନ କରାଯିବ । ଗରିବ ରୋଗୀଙ୍କୁ ଟଙ୍କାଟିଏ ବି ଅଧିକ ଦେବାକୁ ପଡ଼ିବ ନାହିଁ । କିନ୍ତୁ ସ୍ପିଡ଼୍ ବ୍ରେକର ଦିଦି କ’ଣ କଲେ ? ଗରିବଙ୍କ ପାଇଁ ହୋଇଥିବା ଏହି ଯୋଜନାକୁ ରାଜ୍ୟରେ ଚଳାଇଦେଲେନି । ଆୟୁଷ୍ମାନ ଯୋଜନାରେ ବ୍ରେକ ଲଗାଇଲେ ଦିଦି ।
ଏହାବ୍ୟତୀତ ୭୦ ଲକ୍ଷରୁ ଅଧିକ କୃଷକ ପରିବାର ବିକାଶ ଉପରେ ମଧ୍ୟ ବ୍ରେକ ଲଗାଇଲେ ମମତା । ଦେଶରେ ଅନେକ ରାଜ୍ୟରେ ପିଏମ କିଷାନ୍ ଯୋଜନା ଅନୁସାରେ କୃଷକମାନେ ଲାଭବାନ ହୋଇପାରୁଛନ୍ତି । କୃଷକଙ୍କ ଖାତାକୁ ବିନା ଝନଝଟରେ ସିଧା ଟଙ୍କା ଯାଉଛି । ହେଲେ ଦିଦିଙ୍କୁ କୃଷକଙ୍କ ଚିନ୍ତା ନାହିଁ । ପିଏମ କିଷାନ ଯୋଜନାରେ ବି ବ୍ରେକ ଲଗାଇଦେଲେ ଦିଦି । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଜିତ୍ତ ବଙ୍ଗଳାର କୁଚ ବିହାରରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ।