ବିଜେପିର ୨୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକାରେ ଜଣେ ମାତ୍ର ମହିଳା : ଚିତ୍ରତାରକାରୁ ରାଜନେତା ପାଲଟିଥିବା ପିଙ୍କି ପ୍ରଧାନ ଦିଗପହଣ୍ଡିରୁ ନିର୍ବାଚନ ଲଢ଼ିବେ

ଭୁବନେଶ୍ବର: କଂଗ୍ରେସ ସହ ବିଜେପି ମଧ୍ୟ ୨୨ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ମାତ୍ର ଜଣେ ମହିଳାଙ୍କୁ ଟିକେଟ ଦେଇଛି ବିଜେପି । ଦିଗପହଣ୍ଡିରୁ ନିର୍ବାଚନ ଲଢ଼ିବେ ଚିତ୍ରତାରକାରୁ ରାଜନେତା ପାଲଟିଥିବା ପିଙ୍କି ପ୍ରଧାନ । ପୂର୍ବରୁ ମଧ୍ୟ ବିଜେପି ଘୋଷଣା କରିଥିବା ୯୯ ଜଣିଆ ତାଲିକାରେ ମାତ୍ର ୮ ଜଣ ମହିଳାଙ୍କୁ ଟିକେଟ ଦେଇଥିଲା ବିଜେପି । ୧୨୧ ଟି ସିଟରୁ ମାତ୍ର ୨ ଜଣ ମହିଳାଙ୍କୁ ଟିକେଟ ଦେଇଛି ବିଜେପି ।

ଏଥର ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ନିର୍ବାଚନ ଲଢ଼ିବେ । ପ୍ରଥମ ଥର ପାଇଁ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ନିର୍ବାଚନ ଲଢ଼ିବା ପାଇଁ ଯାଉଛନ୍ତି । ସେପଟେ ଦିଗପହଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଦିଗପହଣ୍ଡିରୁ ନିର୍ବାଚନ ଲଢ଼ିବେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା। ପୂର୍ବରୁ ବିଜେଡ଼ି ଦିଗପହଣ୍ଡିରୁ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଦେଇଛି ଟିକେଟ । ଚଳିତ ନିର୍ବାଚନରେ  ପିଙ୍କି ପ୍ରଧାନ, ସୂର୍ଯ୍ୟ ନାରାୟଣ ପାତ୍ର ଓ ପ୍ରଫୁଲ୍ଲ ପଣ୍ଡାଙ୍କ ମଧ୍ୟରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ ।

ସୂଚନାଯୋଗ୍ୟ ପୂର୍ବ ତାଲିକାରେ ସୁନ୍ଦରଗଡ ପାଇଁ କୁସୁମ ଟେଟେ, ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା. ନିମାପଡ଼ା ପାଇଁ ପ୍ରଭାତି ପରିଡାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ସେହିପରି ଖଲ୍ଲିକୋଟରୁ ଭାରତୀ ବେହେରା, ରଣପୁର ସୁରମା ପାଢୀ, ନୟାଗଡ ଇରାନୀ ରୟ, ଉଦୟଗିରି ଅର୍ଚ୍ଚନା ପ୍ରଧାନ ଓ ବିଂଝାରପୁର ଆସନରୁ ବବିତା ମଲ୍ଲିକଙ୍କୁ ଟିକେଟ ଦେଇଥିଲା ଦଳ ।

ସମ୍ବନ୍ଧିତ ଖବର