କଂଗ୍ରେସରୁ ଇସ୍ତଫା ଦେଇ ଶିବସେନାରେ ଯୋଗ ଦେଲେ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ପ୍ରିୟଙ୍କା ଚତୁର୍ବେଦୀ ଶିବସେନାର ଯୋଗ ଦେଇଛନ୍ତି। ଶିବସେନା ନେତା ସଂଜୟ ରାଉତ ଏହି ଖବର ପୂର୍ବରୁ ଦେଇଥିଲେ। ଶିବସେନାରେ ମିଶିବା ପରେ ପ୍ରିୟଙ୍କା ଏକ ଟ୍ଵିଟ୍‌ କରି କହିଛନ୍ତି ‘କଂଗ୍ରେସରୁ ଇସ୍ତଫା ଦେବା ପରେ ବହୁ ମାନସ ମନ୍ଥନ କରି ଶେଷର ମୁଁ ଶିବସେନାରେ ଯୋଗ ଦେବାକୁ ଉଚିତ ମନେ କଲି।’

 

ପ୍ରିୟଙ୍କା କଂଗ୍ରେସରୁ ଖପ୍ପା ହୋଇ ଶୁକ୍ରବାର ଇସ୍ତଫା ଦେଇଥିଲେ। ନିକଟରେ ପ୍ରିୟଙ୍କା ଯେତେବେଳେ ରାଫେଲ୍‌ ବିଷୟରେ ଏକ ପ୍ରେସ୍‌ କନଫ୍ରେନ୍‌ସ କରିବା ପାଇଁ ଆଗ୍ରା ପହଂଚିଥିଲେ ସେତେବେଳେ କଂଗ୍ରେସର କିଛି ସଦସ୍ୟ ତାଙ୍କୁ କଥିତ ରୁପରେ ଖରାପ ବ୍ୟବହାର ଦେଖାଇଥିଲେ। ପ୍ରିୟଙ୍କା ପାର୍ଟିର ଏହି କାର୍ଯ୍ୟକର୍ତ୍ତାଙ୍କୁ କଥିତ ରୂପରେ ଗୁଣ୍ଡା ବୋଲି କହିଥିଲେ। ଏହା ପୂର୍ବରୁ ସେ ପ୍ରିୟଙ୍କା ଚତୁର୍ବେଦୀ ମାଇକ୍ରୋବ୍ଲଗିଙ୍ଗ୍‌ ସାଇଟ୍‌ ଟ୍ଵିଟ୍‌ରରୁ ନିଜ ବାୟୋ ଚେଞ୍ଜ କରି କଂଗ୍ରେସ ପ୍ରବକ୍ତାକୁ ହଟାଇ ଦେଇଛନ୍ତି। ନିଜ ପ୍ରୋଫାଇଲରେ ‘ରାଷ୍ଟ୍ରୀୟ ପ୍ରବକ୍ତା କଂଗ୍ରେସ’ କୁ ମଧ୍ୟ ଡିଲିଟ୍‌ କରିଛନ୍ତି।

ଏହା ପୂର୍ବରୁ କଂଗ୍ରେସ ଉପରେ ଖପ୍ପା ଥିବା ପ୍ରିୟଙ୍କା ଟ୍ଵିଟ୍‌ କରି କହିଥିଲେ, ଏହା ଦେଖି ବହୁତ ଦୁଃଖ ଲାଗୁଛି ଯେ କଂଗ୍ରେସକୁ ଝାଳ ବୁହାଉଥିବା ଲୋକଙ୍କ ଅପେକ୍ଷା ଖରାପ ବ୍ୟବହାର କରୁଥିବା ଲୋକଙ୍କର ଆବଶ୍ୟକତା ରହିଛି। ମୁଁ ପୂର୍ବରୁ ମଧ୍ୟ ପାର୍ଟି ପାଇଁ ପଥର ଖାଇବାଠୁ ଆରମ୍ଭ କରି ଗାଳି ମଧ୍ୟ ଶୁଣିଛି। ମୋତେ ଦୁର୍ବ୍ୟବହାର କରିଥିବା ଲୋକଙ୍କ ଏହି ଭଳି ହିଁ ଛାଡ଼ି ଦିଆଯିବା ଘଟଣା ଟି ଦୁଃଖଦପୂର୍ଣ୍ଣ।

ସମ୍ବନ୍ଧିତ ଖବର