ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୨୦ ମୃତ

କାବୁଲ: ଆଫଗାନିସ୍ତାନର ଏକ ସିହା ମସଜିଦରେ ଆଜି ଦୁଇଟି ବୋମା ବିସ୍ଫୋରଣ ହେବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଓ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି କାରଣ ଶୁକ୍ରବାର କାରଣରୁ ମସଜିଦରେ ପ୍ରାର୍ଥନା କରିବାକୁ ଅନେକ ଲୋକ ଥିଲେ । ତେବେ କେତେକ ବେସରକାରୀ ସୁତ୍ର ଓ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ବିସ୍ଫୋରଣ ଫଳରେ ଅତି କମରେ ୭୦ ଜଣ ମରିଥିବା ଅନୁମାନ କରାଯାଉଛି ।

ପାକିସ୍ତାନ ସୀମାକୁ ଲାଗିଥିବା ଆଫଗାନିସ୍ତାନର ପାକତିଆ ରାଜ୍ୟର ଗାରଦେଜ ଜିଲ୍ଲାର ଖ୍ଵାଜା ହାସନ ଅଂଚଳରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ରାଜ୍ୟର ପୁଲିସ ମୁଖ୍ୟ ଜେନେରାଲ ରାଜ ମହମ୍ମଦ ରାଣ୍ଡୋଜାଇ କହିଛନ୍ତି ଯେ ଦୁଇଜଣ ଆତ୍ମଘାତି ଆତଙ୍କବାଦୀ ପ୍ରଥମେ ଗୁଳି ଚଳାଇଥିଲେ ଓ ତାପରେ ବୋମାକୁ ବିସ୍ଫୋରଣ କରିଦେଇଥିଲେ । ତେବେ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣ ଲାଗି କୌଣସି ଦଳ ନିଜକୁ ଦାୟୀ କରି ନାହାନ୍ତି । କିଛି ସପ୍ତାହ ପୂର୍ବେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ହସପିଟାଲ ନିକଟରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା ।

ସମ୍ବନ୍ଧିତ ଖବର