ରାତିରେ ଶୋଇବା ପୂର୍ବରୁ ସ୍ନାନ କରନ୍ତୁ, ମିଳିବ ଏସବୁ ଫାଇଦା

ପ୍ରାତଃ ସ୍ନାନ ଶରୀର ପାଇଁ ହିତକର ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛେ। କିନ୍ତୁ ଆପଣ ଜାଣନ୍ତି କି ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

ରାତିରେ ସ୍ନାନ କରି ଶୋଇବା ଦ୍ୱାରା ରକ୍ତ ଚାପରେ ସୁଧାର ଆସିଥାଏ। ରାତିରେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଯଦ୍ୱାରା ଉକ୍ତ ରକ୍ତ ଚାପ ଜନିତ ସମସ୍ୟା ଦୂର ହୋଇଥାଏ।

ସେହିପରି ରାତିରେ ସ୍ନାନ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଆମେରିକାନ ଡାଇବେଟିକି ଆସୋସିଏସନ୍‌ ଅନୁସାରେ, ରାତିରେ ନଖ ଉଷୁମ ପାଣିରେ ସ୍ନାନ କରିବା ଦ୍ୱାରା ଶରୀରରେ ବ୍ଲଡ୍‌ ସୁଗାର ଲେବଲ କମ୍‌ ହୋଇଥାଏ। ଯଦ୍ୱାରା ଟାଇପ୍‌-୨ ଟାଇବେଟିଜ ହେବାର ଆଶଙ୍କା କମ୍‌ ରହିଥାଏ।

ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ୱାରା ଶରୀର ପରିଷ୍କାର ହୋଇଥାଏ। ଫଳରେ ତ୍ୱଚାରେ ସଂକ୍ରମଣଜନିତ ସମସ୍ୟା ଦେଖା ଦେଇ ନଥାଏ। ତ୍ୱଚାର ଔଜ୍ଜ୍ୱଲ୍ୟ ବୃଦ୍ଧି ପାଇଥାଏ। କ୍ଲାନ୍ତ ଓ ଅବସାଦ ଦୂର ହୋଇଥାଏ।

ରାତିରେ ଯେଉଁମାନଙ୍କୁ ନିଦ ନଲାଗିଲା ଭଳି ସମସ୍ୟା ରହିଛି ସେମାନେ ରାତିରେ ସ୍ନାନ କରିବା ଅଭ୍ୟାସ ଆରମ୍ଭ କରନ୍ତୁ । ସୁଫଳ ମିଳିବ।

 

ସମ୍ବନ୍ଧିତ ଖବର