ଦକ୍ଷିଣ ଚୀନ୍ ସାଗରରେ କ୍ଷେପଣାସ୍ତ୍ର ମୁତୟନ କଲା ଚୀନ୍, କହିଲା ଏହି ଅଞ୍ଚଳରେ ରହିଛି ମୋର ‘ନିର୍ବିବାଦୀୟ ସାର୍ବଭୌମତ୍ୱ’
ସମଗ୍ର ଦକ୍ଷିଣ ଚୀନ୍ ସାଗରକୁ ନିଜ କବ୍ଜାରେ ରଖିବା ପାଇଁ ଚୀନ୍ ଚଳାଇଛି ଯୋଜନାବଦ୍ଧ ଉଦ୍ୟମ
ବେଜିଂ: ସମଗ୍ର ଦକ୍ଷିଣ ଚୀନ୍ ସାଗରକୁ ସଂପୂର୍ଣ୍ଣ ରୂପେ ନିଜ କବ୍ଜାରେ ଓ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଚୀନ୍ ବେଶ ଯୋଜନାବଦ୍ଧ ଭାବେ ନିଜ ଉଦ୍ୟମ ଆରମ୍ଭ କରିଦେଇଛି। ଏହି କ୍ରମରେ ଦକ୍ଷିଣ ଚୀନ୍ ସାଗରରେ ମଧ୍ୟରେ ରହିଥିବା ନିଜର ତିନିଟି ସାମରିକ ଆଉଟପୋଷ୍ଟରେ ଚୀନ୍ ‘ଆଣ୍ଟି- ସିପ୍ ମିସାଇଲ୍’ ସମେତ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା ମିସାଇଲ୍ ବା କ୍ଷେପଣାସ୍ତ୍ର ସବୁକୁ ମୁତୟନ କରିବା ସହ ଦକ୍ଷିଣ ଚୀନ୍ ସାଗର ମଧ୍ୟରେ ରହିଥିବା ତିନିଟି ଯାକ ସାମରିକ ଆଉଟପୋଷ୍ଟରେ ମିସାଇଲ୍ ସିଷ୍ଟମ୍ ମଧ୍ୟ ପ୍ରତିଷ୍ଠା କରି ସାରିଲାଣି ବୋଲି ଆମେରିକୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଏପରି ପଦକ୍ଷେପକୁ ଅନ୍ତର୍ଜାତୀୟ ସମୁଦାୟ ବିରୋଧ କରିଥିବା କରିଥିବା ବେଳେ ଚୀନ୍ କହିଛି ଯେ ଦକ୍ଷିଣ ଚୀନ୍ ସାଗରର ଯେଉଁ ସବୁ ଅଞ୍ଚଳରେ ସେ ଏପ୍ରକାରର କାର୍ଯ୍ୟକ୍ରମ ଗ୍ରହଣ କରିଛି, ସେ ସମସ୍ତ ଅଞ୍ଚଳରେ ତା’ର ‘ନିର୍ବିବାଦୀୟ ସାର୍ବଭୌମତ୍ୱ’ ରହିଛି। ଉଲ୍ଲେଖଯୋଗ୍ୟ, ଚୀନ୍ ସାଗରର ଦକ୍ଷିଣ ଚୀନ୍ ସାଗର ଓ ପୂର୍ବ ଚୀନ୍ ସାଗରର ସୀମାକୁ ନେଇ ଚୀନ୍ର ବିବାଦ ରହିଛି। ସମଗ୍ର ଦକ୍ଷିଣ ଚୀନ୍ ସାଗର ଉପରେ କେବଳ ମାତ୍ର ଚୀନ୍ର ଆଧିପତ୍ୟ ରହିଛି ବୋଲି ଚୀନ୍ ଦାବି କରୁଥିବା ବେଳେ ଦକ୍ଷିଣ ଚୀନ୍ ସାଗର ମଧ୍ୟସ୍ଥ ଭିଏତନାମ, ଫିଲିପିନ୍ସ, ମାଲେସିୟା, ବ୍ରୁନେଇ ଓ ତାଇଓ୍ଵାନ ପ୍ରଭୃତି ଉପଦ୍ୱୀପ ଦେଶ ସମୂହ ଚୀନ୍ର ଏହି ଦାବିର ବିରୋଧ କରୁଛନ୍ତି।
ତେବେ, ଚୀନ୍ ଏହି ସମସ୍ତ ଉପଦ୍ୱୀପମାନଙ୍କର ବିରୋଧକୁ କର୍ଣ୍ଣପାତ ନକରି ଦକ୍ଷିଣ ଚୀନ୍ ସାଗର ମଧ୍ୟସ୍ଥ ନାନ୍ସା ଉପଦ୍ୱୀପ ଓ ଏହାର ସ୍ୱୀକୃତି ପ୍ରାପ୍ତ ଅନ୍ୟ ଦ୍ୱୀପପୁଞ୍ଜ ଉପରେ ଚୀନ୍ର ନିର୍ବିବାଦୀୟ ସାର୍ବଭୌମତ୍ୱ ଥିବା ଦର୍ଶାଇ ଦକ୍ଷିଣ ଚୀନ୍ ସାଗରକୁ ସଂପୂର୍ଣ୍ଣ ରୂପେ ନିଜ କବ୍ଜାକୁ ନେବା ପାଇଁ ଦକ୍ଷିଣ ଚୀନ୍ ସାଗର ମଧ୍ୟରେ ନିଜର ସାମରିକ କାର୍ଯ୍ୟକଳାପ ବଢ଼ାଇବା ପାଇଁ ସବୁ ରକମର ପ୍ରଚେଷ୍ଟା ଜାରି ରଖିଛି।