କେବଳ ମୁଣ୍ଡବିନ୍ଧାରୁ ମୁକ୍ତି ଦେଇ ନ ଥାଏ ଆସ୍‌ପିରିନ୍‌ , ଏସବୁ କାମରେ ବି ଲାଗେ

ଆସ୍‌ପିରିନ୍‌ ଏକ ଏଭଳି ଔଷଧ, ଯାହା ଆମକୁ ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ। ଏଥିପାଇଁ ତାକୁ ଆମେ ପାଖରେ ରଖିଥାଉ। ହେଲେ ଆପଣ କ’ଣ ଜାଣନ୍ତି ଯେ ଆସ୍‌ପିରିନ୍‌ ଆହୁରି କେତେକ କାମରେ ବି ଲାଗିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ..
ଆସପିରିନ୍‌ରେ ସାଲି ସାଇକ୍ଲିନ୍‌ ଅମ୍ଳ ଅଛି, ଯେଉଁଥିରେ ମଶ୍ଚରାଇଜିଂ କ୍ଷମତା ରହିଛି। ଆପଣ ଆସପିରିନ୍‌କୁ ମୁଣ୍ଡର କେଶରେ ଲଗାଇଲେ ରୁପି ଦୂର ହୋଇଥାଏ। ନିୟମିତ ଭାବେ ଏହାର ଉପଯୋଗ କଲେ କେଶରେ ରୁପି ହୋଇ ନଥାଏ।


ଜଣେ ଗବେଷକ ଡ ଜୋସୁଆ ଜେଇଚନେର୍‌ କହିଛନ୍ତି ଯେ ସାମ୍ପୁରେ ଦୁଇଟି ଆସପିରିନ୍‌ ଟାବ୍‌ଲେଟ୍‌ ମିଶାଇ ମୁଣ୍ଡକୁ ମାଲିସ୍‌ କରନ୍ତୁ। ଧୋଇବା ପୂର୍ବରୁ କିଛି ମିନିଟ୍‌ ବସନ୍ତୁ। ଦେଖିବେ ଏହା ମୃତ କୋଷଗୁଡିକୁ ଦୂର କରିବାରେ ସହାୟକ ହେବ। ଏହା ତ୍ୱଚାକୁ ସୁରକ୍ଷା ବି ପ୍ରଦାନ କରିବ। ମୁଣ୍ଡରେ ଝାଳ ବୋହିବା ବି କମ୍‌ ହୋଇଯିବ।
ବେଳେବେଳେ ଝାଳର ଦାଗ ଆପଣଙ୍କ ପୋଷାକ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ଆପଣ କପଡା ଧୋଇବା ବେଳେ ଆସପିରିନ୍‌ର ପ୍ରୟୋଗ କରିପାରନ୍ତି। ପୋଷାକର ଯେଉଁଠାରେ ଦାଗ ଲାଗିଛି ସେଠାରେ ଆସପିରିନ୍‌ ଲଗାଇ ଦିଅନ୍ତୁ ଓ କିଛି ସମୟ ପରେ ତାକୁ ପାଣି ଧୋଇ ଦିଅନ୍ତୁ। ଦେଖିବେ କପଡା ଦାଗହୀନ ହୋଇଯିବ।
ଯଦି ଆପଣଙ୍କ କାର୍‌ର ବ୍ୟାଟେରି ଠିକ୍‌ ଭାବେ କାମ କରୁ ନଥିବ, ବା ମଝିରେ ମଝିରେ ସେଥିପାଇଁ ଗାଡିି ଅଟକି ଯାଉଥିବ, ତେବେ ଆପଣ ବ୍ୟାଟେରିରେ କିଛି ଆସପିରିନ୍‌ ବଟିକା ପକାନ୍ତୁ। ଦେଖିବେ ସେଥିରେ ଥିବା ସାଲି ସାଇକ୍ଲିନ୍‌ ଅମ୍ଲର ପ୍ରଭାବ ଫଳରେ ବ୍ୟାଟେରି ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେବ ଓ କାର୍‌ ଠିକ୍‌ ଚାଲିବ।

ସମ୍ବନ୍ଧିତ ଖବର