ନିରାମିଷ ଖାଉଥିବା ଲୋକଙ୍କୁ କି ଲାଭ ମିଳେ

ନିରାମିଷଭୋଜୀ ହେବା ସ୍ୱାସ୍ଥ୍ୟ ପାଇଁ ନିଶ୍ଚୟ ମଙ୍ଗଳକର। ଅଧିକ ତନ୍ତୁ, ଫଲିକ୍‌ ଏସିଡ୍‌, ଭିଟାମିନ୍‌ ସି ଓ ଇ, ମାଗ୍ନେସିୟମ୍‌, ତରଳ ଅବସ୍ଥାରେ ଥିବା ଚର୍ବି ଏବଂ ଅସୁମାରି ଫାଇଟୋକେମିକାଲ୍‌ ଥିବାରୁ ନିରାମିଷ ଖାଉଥିବା ବ୍ୟକ୍ତିଙ୍କର କୋଲେଷ୍ଟେରୋଲ୍‌ ଓ ରକ୍ତଚାପ କମ୍‌ ରହେ। ଫଳରେ ହୃଦ୍‌ରୋଗ ହେବାର ଆଶଙ୍କା ନ ଥାଏ। ଏହା ଛଡ଼ା ଏଥିରେ ସ୍ୱାସ୍ଥ୍ୟର ଆହୁରି ମଧ୍ୟ ଉପକାର ହୋଇଥାଏ।

ମିଜାଜ୍‌ ଭଲ ରଖେ: ନିରାମିଷ ଆହାରରେ ଆରାସିଡୋନିକ୍‌ ଏସିଡ୍‌ ବିପୁଳ ପରିମାଣରେ ଥାଏ। ମନମିଜାଜ୍‌ ଠିକ୍‌ ରହୁ ନ ଥିଲେ ନିୟମିତ ନିରାମିଷ ଭୋଜନ କଲେ ଉପସମ ମିଳେ।

ସୋରିଆସିସ୍‌ ପ୍ରତିରୋଧୀ: ସୋରିଆସିସ୍‌ ନାମକ ଚର୍ମ ରୋଗ ହେଲେ ଚର୍ମ ଲାଲ୍‌ ପଡ଼ିଯାଏ। ନିରାମିଷ ଭୋଜନ କଲେ ଚର୍ମରୁ ଲାଲ୍‌ ଦାଗ ଅପସରି ଯାଏ।

ମଧୁମେହ ହ୍ରାସକାରୀ: ନିରାମିଷ ଭୋଜନ ଖାଇବା ଦ୍ୱାରା ମଧୁମେହ ରୋଗ କମ୍‌ ହୋଇଥାଏ। ଲୋମା ଲିଣ୍ଡା ୟୁନିଭର୍ସିଟି ସ୍କୁଲ୍‌ର ଜନସ୍ୱାସ୍ଥ୍ୟ ବିଭାଗ ଗବେଷଣାରୁ ଏ କଥା ଜାଣିପାରିଛି।

ରହେନି ହୃଦ୍‌ରୋଗ ଆଶଙ୍କା: ନିରାମିଷ ଆହାରରେ ଆଣ୍ଟିଅକ୍ସିଡେଣ୍ଟ୍‌ ଥିବାରୁ ଏହା ହୃତ୍‌ପିଣ୍ଡ୍‌ ଜନିତ ସମସ୍ୟା କରାଇ ଦିଏ ନାହିଁ। ଓଲଟି ଅକ୍ସିଡେଟିଭ୍‌ ଚାପ ଯୋଗୁଁ ନଷ୍ଟ ହୋଇଥିବା କ୍ଷୟ ଭରଣା କରେ।

କମ୍‌ କୋଲେଷ୍ଟେରୋଲ୍‌: ମାନବ ଶରୀର ପାଇଁ ପ୍ରାଣୀଜ ଖାଦ୍ୟ ଭଲ ନୁହେଁ। ତେଣୁ ଆମିଷ ନିରାମିଷ ଉଭୟ ଖାଉଥିବା ଲୋକଙ୍କ ତୁଳନାରେ ନିରାମିଷ ଆହାର ଖାଉଥିବା ଲୋକଙ୍କ ଠାରେ ଶରୀର ଚର୍ବି ଓ କୋଲେଷ୍ଟେରୋଲ୍‌ ସ୍ତର କମ୍‌ ରହେ।

ଷ୍ଟ୍ରୋକ୍‌ ଏବଂ ମେଦ ବହୁଳତା ଡର ନ ଥାଏ: ଅନେକ ପ୍ରକାରର ନିରାମିଷ ଭୋଜନ ମିଳୁଥିବାରୁ ଜଣେ ନିଜ ପସନ୍ଦ ମୁତାବକ ଖାଇପାରେ। ତେଣୁ ଅଧିକ ପରିମାଣର ଖାଇଲେ ମଧ୍ୟ ମେଦ ବହୁଳତା ହୁଏନାହିଁ। ମେଦ ବହୁଳତା ନ ହେଲେ ଷ୍ଟ୍ରୋକ୍‌ର ଡର ରହେ ନାହିଁ।

ବୃକ୍କରେ ପଥୁରୀ ହୁଏନି: ପ୍ରାଣୀଜ ପୁଷ୍ଟିସାର ବୃକ୍କ ବା କିଡ୍‌ନିରେ ପଥୁରୀ କରାଇଥାଏ। ନିରାମିଷ ଭୋଜନରୁ ମିଳୁଥିବା ପୁଷ୍ଟିସାର ତାହା କରାଇ ଦିଏ ନାହିଁ। ଏହାର କାରଣ ନିରାମିଷ ଭୋଜନ ଅଧିକ ପରିସ୍ରା କରାଉ ଥିବାରୁ ପଥୁରୀ ସୃଷ୍ଟି ହେବାକୁ ସୁଯୋଗ ପାଏ ନାହିଁ।

ସମ୍ବନ୍ଧିତ ଖବର