ପ୍ରତ୍ୟେକ ଦିନ ଖାଆନ୍ତୁ କେବଳ ୨ଟି ଲବଙ୍ଗ! ଦୂର ହେବ ଏହି ୧୦ଟି ସମସ୍ୟା

ଲବଙ୍ଗକୁ ଭାରତୀୟ ବ୍ୟଞ୍ଜନ ଶାସ୍ତ୍ର ଓ ଆୟୁର୍ବେଦରେ ଖାସ୍‌ ସ୍ଥାନ ଦିଆଯାଇଛି। ଏହାର ଉପଯୋଗ ଦ୍ୱାରା ଖାଦ୍ୟରେ ସ୍ୱାଦ ତ ଆସିଥାଏ,ଏଥିସହ ଲବଙ୍ଗର ପ୍ରୟୋଗ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ସମାଧାନ ହୋଇଥାଏ। ଲବଙ୍ଗ ଖାଇବା ଯୋଗୁଁ ଶରୀରକୁ କ’ଣ କ’ଣ ’ଫାଇଦା ମିଳିଥାଏ,ଆସନ୍ତୁ ଜାଣିବା

୧- ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟାରୁ ଦେଇଥାଏ ମୁକ୍ତି: ଯଦି ଆପଣଙ୍କର ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ରହିଛି,ତେବେ ଆପଣ ଗୋଟିଏ କପ୍‌ ଗରମ ପାଣିରେ ୨ଟି ଲବଙ୍ଗକୁ ଗୁଣ୍ଡକରି ମିଶାନ୍ତୁ। ଏହାପରେ ଉକ୍ତ ଗରମ ପାଣି ଥଣ୍ଡା ହେଲାପରେ ଏହାକୁ ପିଇଦିଅନ୍ତୁ।

୨-ଦାନ୍ତରେ ଦରଜ ହେଉଥିଲେ: ଆପଣଙ୍କୁ ୨ଟି ଲବଙ୍ଗକୁ ଆଣି ଲେମ୍ବୁ ରସରେ ବୁଡ଼ାଇବାକୁ ହେବ।ଏହାପରେ ଆପଣଙ୍କୁ ଉକ୍ତ ଲବଙ୍ଗକୁ ଆଣି ଦାନ୍ତମୂଳରେ ଯାକିବାକୁ ହେବ। ଏହା ଖୁବ୍‌ କମ୍‌ ସମୟ ମଧ୍ୟରେ ହିଁ ଆପଣଙ୍କୁ ଦାନ୍ତ ଦରଜ ସମସ୍ୟାରୁ ମୁକ୍ତି ଦେବ।

୩-ପାଟିରୁ ଦୁର୍ଗନ୍ଧ ଆସୁଥିଲେ: ଆପଣ ୨ଟି ଲବଙ୍ଗ କୁ ଆଣି ତାହାକୁ ଗୋଟିଏ ଅଳେଇଚ ସହିତ ଚୋବାନ୍ତୁ। ଏହାଦ୍ୱାରା ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ମିଳିବ।

Adams Dental

୪-ମୁହଁରୁ ଛାଲ ବାହାରୁଥିଲେ: ଆପଣ ୨ଟି ଲବଙ୍ଗକୁ ଗୁଣ୍ଡ କରି ଏହାକୁ କିଛି ସମୟ ପାଟିରେ ରଖି ବାହାରକୁ ଫୋପାଡ଼ିଦିଅନ୍ତୁ। ଛାଲ ବାହାରିବା କମିଯିବ।

୫-ଥଣ୍ଡା ଏବଂ କାଶ ଜନିତ ସମସ୍ୟା : ଥଣ୍ଡା ଓ କାଶ ଜନିତ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣ ୨ଟି ଲବଙ୍ଗ ସହିତ ୪ ରୁ ୫ଟି ତୁଳସୀ ପତ୍ରକୁ ଆଣି ଗରମ ପାଣିରେ ଫୁଟାନ୍ତୁ।ଏହାପରେ ଆପଣ ଏଥିରେ କିଛି ମହୁକୁ ମିଶାଇି ପିଇଦିଅନ୍ତୁ।

୬- ବେକରେ ଦରଜ ହୋଇଥିଲେ: ଏହି ସମସ୍ୟାରୁ ମୁକୁଳିବା ପାଇଁ ହେଲେ ଆପଣ ୨ଟି ଲବଙ୍ଗ କୁ ଚୂନା କରି ସେଥିରେ ଏକ ଚାମଚ ସୋରିଷ ତେଲ ମିଶ୍ରଣ କରନ୍ତୁ। ଏଥିସହିତ ଆପଣ ଏହାକୁ ଆପଣଙ୍କ ବେକରେ ହାଲ୍‌କା ଭାବରେ ମାଲିସ୍‌ କରିଦିଅନ୍ତୁ।

Kinetic Edge Physical Therapy

୭-କୃମି ସମସ୍ୟା : ଯଦି ଆପଣଙ୍କ ପେଟରେ କୃମିଜନିତ ସମସ୍ୟା ରହିଥାଏ,ତେବେ ଆପଣ ୨ଟି ଲବଙ୍ଗକୁ ଚୂର୍ଣ୍ଣ କରି ସେଥିରେ ୧ ଚାମଚ ମହୁକୁ ମିଶାଇ କିଛିଦିନ ଯାଏଁ ସେବନ କରନ୍ତୁ।

୮-ଅବସାଦରୁ ମୁକ୍ତି ପାଇବାକୁ ହେଲେ: ୨ଟି ଲବଙ୍ଗ କୁ ଆଣି ସେଥିରେ ୭ ରୁ ୮ଟି ତୁଳସୀ ଏବଂ ପୋଦିନାର ପତ୍ର ଓ ଏକ ଛୋଟ ଅଳେଇଚକୁ ପାଣିରେ ଫୁଟାଇ କରି ଏହାର ସେବନ କରନ୍ତୁ।

୯-ମୁଣ୍ଡବିନ୍ଧା ଜନିତ ସମସ୍ୟା: ଆପଣ ୨ଟି ଲବଙ୍ଗରେ କିଛି ମାତ୍ରାରେ କର୍ପୂର କୁ ଗୁଣ୍ଡକରି ତାହାକୁ ନଡ଼ିଆ ତେଲରେ ମିଶାନ୍ତୁ।ଏହାପରେ ଆପଣ ଏହାକୁ ଆପଣଙ୍କ ମୁଣ୍ଡରେ ଧିରେଧିରେ ମାଲିସ୍‌ କରିଦିଅନ୍ତୁ।

Home Remedy and Natural Cures

୧୦-କେଶ ସମସ୍ୟା ଲାଗି: ଏହି ସମସ୍ୟାରୁ ମୁକୁଳିବା ଲାଗି ଆପଣ ୨ଟି ଲବଙ୍ଗ କୁ ଅଧା କପ୍‌ ଅଲିଭ୍‌ ଅଏଲ୍‌ ସହିତ ମିଶ୍ରଣ କରି ଏହାକୁ ଗରମ କରନ୍ତୁ।ଏହା ଥଣ୍ଡା ହେଲାପରେ ଆପଣ ଏହାକୁ ହାଲ୍‌କା ଭାବରେ ଆପଣଙ୍କ କେଶରେ ଲଗାନ୍ତୁ।

ସମ୍ବନ୍ଧିତ ଖବର