ଜଗତସିଂହପୁର: ଦୁଇଦିନ ତଳେ ଘରୁ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ମଙ୍ଗଳବାର ଏକ ପ୍ରେମୀଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳର ପଦ୍ମପୁର ଗାଁର ଜଣେ ଯୁବକ କିଆମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗତକାଲି ଅର୍ଥାତ୍‌ ସୋମବାରଠାରୁ ସେମାନେ ଘର ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଖୋଜି କରିଥିଲେ ହେଁ କୌଣସି ସୂଚନା ପାଇ ନଥିଲେ। ମଙ୍ଗଳବାର ସକାଳେ ରାମତରା ଗାଁର ପୋଲ ପାଖରେ ଥିବା ଏକ ନିମ୍ବ ଗଛରୁ ଉଭୟ ପୁଅ ଓ ଝିଅକୁ ଝୁଲନ୍ତା ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଦୁହେଁ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନଥିଲା।

ସମ୍ବନ୍ଧିତ ଖବର