ଗୌତମ ବୁଦ୍ଧଙ୍କ ଅନୁଯାୟୀ ଜଣେ ପୁରୁଷର ୪ ଜଣ ସ୍ତ୍ରୀ ରହିଥାଆନ୍ତି,କାରଣ କ’ଣ ଜାଣନ୍ତୁ?

ଶାନ୍ତିର ପ୍ରତୀକ ଗୌତମ ବୁଦ୍ଧ ଦେଇଥିବା ମତ ଅନୁଯାୟୀ ଜଣେ ପୁରୁଷର ୪ଟି ସ୍ତ୍ରୀ ରହିବା ଦରକାର । ଯାହା ଏ ଭବ ସଂସାରରେ ବଞ୍ଚିବା ପାଇଁ ଜଣେ ପୁରୁଷକୁ ସାହାଯ୍ୟ କରିବ । ଏ କଥା ଶୁଣିବା ପରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଜଣେ ଏତେ ବଡ଼ ମହାନ ବ୍ୟକ୍ତିତ୍ୱ କାହିଁକି ଏବଂ କ’ଣ ପାଇଁ ଏଭଳି କହିଛନ୍ତି ତା’କ ୁନେଇ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ । ତେବେ ସେ ବିଷୟରେ ଅପଣଙ୍କୁ ବୁଝାଇବା ପୂର୍ବରୁ ଆପଣଙ୍କୁ ଏକ କାହାଣୀ କହିବୁ ।

ଅନେକ ବର୍ଷ ପୂର୍ବରୁ ଜଣେ ପୁରୁଷଙ୍କର ୪ଟି ସ୍ତ୍ରୀ ଥିଲେ । ୪ଜଣ ଯାକ ଉକ୍ତ ପୁରୁଷଙ୍କ ସହ ଖୁସିରେ ଜୀବନ ମଧ୍ୟ ବିତାଉଥିଲେ । ସମୟ ଗଡ଼ିବା ସହ ପୁରୁଷଟିର ସଂସାରରୁ ବିଦାୟ ନେବାର ସମୟ ଆସିଲା । ଜୀବନର ସେହି ଶେଷ ସମୟରେ ବୃଦ୍ଧ ଜଣଙ୍କ ଏକା ଅନୁଭବ କରିବା ସହ ପ୍ରଥମ ସ୍ତ୍ରୀକୁ ନିଜ ସହ ଯିବା ପାଇଁ କହିଥିଲେ । ଜୀବନର ସବୁ ଦୁଃଖସୁଖରେ ମୁଁ ତୁମ ସାଥୀରେ ରହିଛି ଏବଂ ମୁଁ ତୁମକୁ ସବୁଠାରୁ ଭଲ ପାଏ । ସେଥିପାଇଁ ମୁଁ ଚାହୁଁଛି ତୁମେ ମୋ ସହ ମୋ ସାଥୀରେ ଚାଲ । ଏ କଥା ଶୁଣିବା ପରେ ମୁଁ ଜାଣିଛି ତୁମେ ମୋତେ ବହୁତ ଭଲ ପାଅ ଏବଂ ମୋ ସହ ସବୁବେଳେ ରହ । କିନ୍ତୁ ଏବେ ଆମର ଅଲଗା ହେବାର ସମୟ ଆସିଛି । ମୁଁ ତୁମ ସହ ମରି ପାରିବି ନାହିଁ ବୋଲି ପ୍ରଥମ ସ୍ତ୍ରୀ ଜଣଙ୍କ ସଫା ସଫା କହି ଦେଇଥିଲେ ।

The Tallenge Store

ପ୍ରଥମ ସ୍ତ୍ରୀଙ୍କ ଠାରୁ ଏପରି ଉତ୍ତର ଶୁଣିବା ପରେ ସେ ଦ୍ୱିତୀୟ ସ୍ତ୍ରୀଙ୍କୁ ଡ଼ାକି ତା’ଙ୍କ ସହ ଯିବା ପାଇଁ କହିଥିଲେ । ତୁମେ ଜାଣିଛ ମୁଁ ତୁମକୁ କେତେ ଭଲପାଏ । କେବେ କେବେ ମୁଁ ତୁମକୁ ଯିବା ପାଇଁ କହିଛି । କିନ୍ତୁ ସବୁ ପରେ ମଧ୍ୟ ମୁଁ ତୁମକୁ ନିଜ ପାଖରେ ରଖିଥିଲି । ଏବେ ତୁମ ପାଳି । ତମେ ଏବେ ମୋ ଶେଷ ସମୟରେ ମୋ ସହିତ ଚାଲ ବୋଲି ସେ କହିଥିଲେ । ଏ କଥା ଶୁଣିବା ପରେ ତୁମ ପ୍ରଥମ ସ୍ତ୍ରୀ ତୁମ ସହ ଯିବା ପାଇଁ ମନା କରିଦେଲେ । ମୁଁ କିପରି ଯିବି? ତମେ ମୋତେ ତୁମ ପାଖରେ ରଖିଥିଲ ସତ କିନ୍ତୁ ନିଜ ସ୍ୱାର୍ଥ ପାଇଁ । ଏପରି କହି ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସେଠାରୁ ଚାଲି ଯାଇଥିଲେ ।

ଦୁଇ ଥର ନାଁ ଶୁଣିବା ପରେ ମନରେ ମରି ଆସୁଥିବା ଇଚ୍ଛାକୁ ଜୀବନ୍ତ କରି ସେ ନିଜର ତୃତୀୟ ସ୍ତ୍ରୀକୁ ନିଜ ପାଖକୁ ଡ଼ାକି ସମାନ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନ ଶୁଣିବା ପରେ ମୁଁ ତୁମର ଏହି ଅବସ୍ଥା ଦେଖି ଅତ୍ୟନ୍ତ ଦୁଃଖିତ । କିନ୍ତୁ ମୁଁ ତୁମ ସହ କେବଳ ମଶାଣି ପର୍ଯ୍ୟନ୍ତ ଯାଇ ପାରିବି । ତା’ ଆଗକୁ ନୁହେଁ କହି ସେଠାରୁ ଚାଲି ଯାଇଥିଲେ । ଶେଷରେ ପାଳି ଆସିଲା ଚତୁର୍ଥ ସ୍ତ୍ରୀଙ୍କର । ଯାହାଙ୍କୁ ସେ ଜୀବନ ସାରା ଭଲ ପାଇନଥିବା ସହ ତା’ଙ୍କୁ କୌଣସି ଖୁସି ମଧ୍ୟ ଦେଇ ନଥିଲେ । ୩ ଜଣଙ୍କଠାରୁ ନାଁ ଶୁଣି ଆଶା ହରାଇ ବସିଥିବା ବୃଦ୍ଧ ଜଣଙ୍କ ନିଜ ଚତୁର୍ଥ ସ୍ତ୍ରୀଙ୍କୁ ନିଜ ପାଖକୁ ଡ଼ାକି ତା’ଙ୍କୁ ମଧ୍ୟ ପଚାରିଥିଲେ । ଏହି ପ୍ରଶ୍ନ ଶୁଣିବା ପରେ ସେ ଯାହା ଉତ୍ତର ପାଇଥିଲେ ତା’ାହା ବୋଧ ହୁଏ କେବେ ସେ ଆଶା କରି ନଥିଲେ । କାରଣ ଚତୁର୍ଥ ସ୍ତ୍ରୀ ସ୍ୱାମୀଙ୍କର ଏହି ପ୍ରଶ୍ନ ଶୁଣିବା ପରେ ତୁରନ୍ତ ତା’ଙ୍କ ସହ ଯିବେ ବୋଲି ହଁ ଭରିଥିଲେ । ମୁଁ ତୁମଠାରୁ ତୁମେ ଚାହିଁଲେ ବି ଅଲଗା ହୋଇ ପାରିବି ନାହିଁ ବୋଲି ସେ ହଁ କହିବା ସହ ତା’ଙ୍କ ସହ ଶେଷ ଯାତ୍ରାରେ ବାହାରି ଯାଇଥିଲେ । ଏହା ହିଁ ଥିଲା କାହାଣୀର ଅନ୍ତ । ତେବେ ଆସନ୍ତୁ ଜାଣିବା ବୃଦ୍ଧଙ୍କର ଥିବା ୪ଜଣ ସ୍ତ୍ରୀଙ୍କ ବିଷୟରେ ।

The Tallenge Store

୧.ପ୍ରଥମ ସ୍ତ୍ରୀ ହେଉଛି ମଣିଷର ଶରୀର । ଆମେ ମାନେ ଆମ ଶରୀରକୁ ସବୁଠାରୁ ଅଧିକ ଭଲପାଉ । ଦିନ ରାତି ତା’ର ଯତ୍ନ ନେଇଥାଉ । ଆମେ ଆମ ଶରୀରରେ ସବୁବେଳେ ଭଲ ଭଲ ପୋଷାକ ପରିଧାନ କରିବା ସହ ବଞ୍ଚେଇ ରଖିବା ପାଇଁ ଖାଦ୍ୟ ମଧ୍ୟ ଖାଇଥାଉ । କିନ୍ତୁ ଦୁର୍ଭାଗ୍ୟବଶତଃ ମରିବା ପରେ ଆପଣଙ୍କ ଶରୀର ଆପଣଙ୍କ ସହ ଆର ପାରିକୁ ଯାଇ ନଥାଏ । କାରଣ ମରିବା ପରେ ଗୋଟେ ମଣିଷର ଶରୀରକୁ ପୋଡ଼ି ଦିଆଯାଏ । ଯାହା ଫଳରେ ସେ ପାଉଁଶରେ ପରିଣତ ହୋଇଯାଏ ।
୨.ଦ୍ୱିତୀୟ ସ୍ତ୍ରୀ ହେଉଛି ଗୋଟେ ମଣିଷର ଭାଗ୍ୟ,ଧନ ସଂପତି,ସମ୍ମାନ ଏବଂ ଚାକିରି, ଯାହାକୁ ପାଇବା ପାଇଁ ଗୋଟେ ମଣିଷ ଅନେକ କଷ୍ଟ କରିଥାଏ ଏବଂ ପାଇବା ପରେ ତା’କୁ କେବେ ହେଲେ ନିଜ ଠାରୁ ଦୂରେଇ ଯିବାକୁ ଦେଇ ନଥାଏ । କିନ୍ତୁ ଏହି ସବୁ ଜିନିଷ ଜୀବନର ଶେଷ ସମୟରେ ଜଣେ ମଣିଷ ସହ ଆର ପାରିକୁ ଯାଇ ନଥାଏ । କାରଣ ଏହି ସବୁ ଜିନିଷକୁ ମଣିଷ ନିଜ ସ୍ୱାର୍ଥ ପାଇଁ ନିଜ ପାଖେ ରଖିଥାଏ । ଠିକ୍‌ ଏହି କଥା ଦ୍ୱିତୀୟ ସ୍ତ୍ରୀଟି ବୃଦ୍ଧାଙ୍କ ପ୍ରଶ୍ନର ଉତ୍ତରରେ କହିଥିଲା ।
୩. ତୃତୀୟ ସ୍ତ୍ରୀ ହେଉଛି ମଣିଷର ବନ୍ଧୁବାନ୍ଧବ ଏବଂ ପରିବାର ଲୋକେ । ଯେଉଁମାନେ ଆପଣଙ୍କ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହ କିଛି ଦିନ ପର୍ଯ୍ୟନ୍ତ ଆପଣଙ୍କୁ ମନେ ପକାଇ ଥାଆନ୍ତି । କିନ୍ତୁ ସେମାନେ ଆପଣଙ୍କ ସହ ଆର ପାରିକୁ ଯାଆନ୍ତି ନାହିଁ ।

Radha Soami Satsang Beas

୪.ଏବେ ଆସନ୍ତୁ ଜାଣିବା ଚତୁର୍ଥ ସ୍ତ୍ରୀ ବିଷୟରେ। ଚତୁର୍ଥ ସ୍ତ୍ରୀ ହେଉଛି ଆପଣଙ୍କ ମଧ୍ୟରେ ଥିବା ଗର୍ବ,ରାଗ,ହିଂସା,ଭଲପାଇବା,ଲୋଭ ଇତ୍ୟାଦି । ଏହି ସବୁ ଜିନିଷକୁ ଜୀବନ ସାରା ଆପଣ ଘୃଣା କରୁଥିଲେ ମଧ୍ୟ ତାହା ହିଁ ଆପଣଙ୍କ ସହ ଆର ପାରିକୁ ଯାଇଥାଏ ।

ସମ୍ବନ୍ଧିତ ଖବର