ବର୍ଷାଦିନେ ରୁହନ୍ତୁ ସତର୍କ, ନଚେତ୍‌ ହୋଇ ପାରନ୍ତି ବିଭିନ୍ନ ରୋଗର ଶିକାର

ବର୍ଷାଦିନ ଆସିଲେ ବର୍ଷା ପାଣି ପଡ଼ି ଚାରିଆଡ଼ ସବୁଜ ହେବା ସହ ଚାଷ କାମ ଭଲ ଭାବରେ ହୋଇ ପାରିଥାଏ । କିନ୍ତୁ ଅତ୍ୟାଧିକ ବର୍ଷା ହେବା ପରେ କିଛି ଖାଲୁଆ ଜାଗାରେ ପାଣି ଜମି ରହୁଥିବାରୁ ସେଥିରୁ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିଥାଏ । ଖାସ୍‌ କରି ଛୋଟ ପିଲା ଏବଂ ବୟସ୍କ ଲୋକମାନେ ବର୍ଷାଦିନେ ଅତି ସହଜରେ ରୋଗର ଶିକାର ହୋଇ ଯାଇଥାନ୍ତି । ବର୍ଷାଦିନେ ଡ଼ାଇରିଆ,ଟାଇଫଏଡ୍‌ ଏବଂ ଜ୍ୱର ହେବା ଭଳି ସମସ୍ୟା ଅତି ସାଧାରଣରେ ଦେଖା ଯାଇଥାଏ । ହେଉଥିବା ଏହି ସମସ୍ୟାରୁ ନିଜକୁ ଏବଂ ନିଜ ପରିବାରକୁ ଦୂରରେ ରଖିବା ପାଇଁ ଏହି ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ ।

୧. ବର୍ଷା ଦିନେ କିଛି ଲୋକ ଜାଣି ଜାଣି ଏବଂ କିଛି ଲୋକ ନ ଚାହିଁବି ଓଦା ହୋଇଥାନ୍ତି । ଯାହାଦ୍ୱାରା ବର୍ଷା ପାଣିରେ ଆସୁଥିବା ଜୀବାଣୁ ଶରୀରରେ ରୋଗ ସୃଷ୍ଟି କରିଥାଏ ।
୨.ବର୍ଷାଦିନେ ଅଧିକ ସମୟ ପର୍ଯ୍ୟନ୍ତ ଓଦା କପଡ଼ା ପିନ୍ଧି ରୁହନ୍ତୁ ନାହିଁ । ଯଦି ଆପଣ ଓଦା ହୋଇ ଯାଉଛନ୍ତି ତେବେ ତୁରନ୍ତ ପିନ୍ଧିଥିବା କପଡ଼ା ବଦଳାନ୍ତୁ । ଓଦା କପଡ଼ା ଅଧିକ ସମୟ ଧରି ପିନ୍ଧି ରହିବା ଦ୍ୱାରା ଚର୍ମ ରୋଗ ହେବାର ଆଶଙ୍କା ରହିଥାଏ ।

Outdoor Gear Picks

୩.ହାତ ସବୁ ବେଳେ ପରିଷ୍କାର ରଖନ୍ତୁ । ବର୍ଷାଦିନେ ହାତ ନ ଧୋଇ ଶରୀରର କୌଣସି ଅଙ୍ଗକୁ ସ୍ପର୍ଶ କରିବା ଦ୍ୱାରା ଆଖି,ନାକ ଏବଂ ପାଟି ମାଧ୍ୟମରେ ଜୀବାଣୁ ଶରୀରରେ ଖୁବ୍‌ ସହଜରେ ପ୍ରବେଶ କରିଯାଇଥାଏ ।
୪.ବର୍ଷାରେ ଓଦା ହେଲେ ତୁରନ୍ତ ଘରକୁ ଯାଇ ସ୍ନାନ କରନ୍ତୁ । ସ୍ନାନ କରିବା ଦ୍ୱାରା ବର୍ଷା ପାଣିରେ ଥିବା ଜୀବାଣୁ ଶରୀରରେ ରହି ରୋଗ ସୃଷ୍ଟି କରି ପାରି ନଥାଏ ।

ସମ୍ବନ୍ଧିତ ଖବର