ଟଙ୍କା ଗଣିବା ସମୟରେ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ, ହୋଇ ଯାଇପାରନ୍ତି ଲକ୍ଷ୍ମୀଛଡ଼ା

ନିଜ କ୍ଷେତ୍ରରେ ନୀତି ନିୟମର ଧ୍ୟାନ ରଖନ୍ତୁ କି ନାହିଁ ଭଗବାନଙ୍କ କ୍ଷେତ୍ରରେ କିନ୍ତୁ ଟିକେ ସଚେତନ ନିଶ୍ଚୟ ହୁଅନ୍ତୁ। କେଉଁ କାମ କଲେ ଇଶ୍ୱର ରାଗିବେ ତାହାର ହିସାବ ନ ରଖିଲେ ଆପଣ ଅନେକ ଦୁର୍ଦଶା ଭୋଗିପାରନ୍ତି। ଆପଣ ଜାଣିଛନ୍ତି ଧନର ଦେବୀ ହେଉଛନ୍ତି ମହାଲକ୍ଷ୍ମୀ। ତାଙ୍କୁ ଅସନ୍ତୁଷ୍ଟ କଲେ ଧନ ହୁଏ ନାହିଁ। ମାଆ ଲକ୍ଷ୍ମୀ ଯଦି ତାଙ୍କର କୋପ ଦୃଷ୍ଟି ଆପଣଙ୍କ ଉପରେ ରଖନ୍ତି ତେବେ ଆପଣ ଲକ୍ଷ୍ମୀଛଡ଼ା ହୋଇ ଦାଣ୍ଡରେ ବୁଲିବେ। ତେବେ ଚାଲନ୍ତୁ ଜାଣିବା କେଉଁ କାର୍ଯ୍ୟ କଲେ ଲକ୍ଷ୍ମୀ ରାଗିଥାନ୍ତି। ଟଙ୍କା ଗଣିବା ସମୟରେ କ’ଣ ସବୁ କରିବା ନାହିଁ ତାହା ନିମ୍ନରେ ଲେଖାଯାଇଛି।

ଅନେକ ଲୋକଙ୍କର ଅଭ୍ୟାସ ଅଛି ଟଙ୍କା ଗଣୁ ଗଣୁ ପାଟିରୁ ଟିକେ ଛେପ ନେଇ ହାତରେ ଲଗାଇଥାନ୍ତି। ଯଦି ଟଙ୍କା ଲାଖି ଯାଉଛି ତେବେ ଏକ ଛୋଟ ପାତ୍ରରେ କିିଛି ପାଣି ରଖି ମଝିରେ ମଝିରେ ହାତରେ ଲଗାନ୍ତୁ। ଛେପ ଲଗାଇ ଟଙ୍କା ଗଣିଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।

 

ଯଦି ପର୍ସରେ ଟଙ୍କା ରଖୁ ରଖୁ ତାହା ଭୁଲ୍‌ବଶତ ତଳକୁ ଖସି ପଡୁଛି ତେବେ ତାହାକୁ ଉଠାଇବା ବେଳେ ମୁଣ୍ଡିଆ ମାରି ପର୍ସରେ ରଖନ୍ତୁ।

ପର୍ସରେ ଟଙ୍କା ରଖିଥିବା ସ୍ଥାନରେ କେବେ କୌଣସି ଖାଦ୍ୟ ପଦାର୍ଥ ରଖନ୍ତୁ ନାହିଁ।

ମନେ ରଖନ୍ତୁ ରାତ୍ରି ସମୟରେ କେବେ ବି ଟଙ୍କା ପଇସା ହିସାବ କରନ୍ତୁ ନାହିଁ। ଯଦି ପାରୁଛନ୍ତି ତାହାକୁ ଦିନରୁ ହିଁ ସାରି ଦିଅନ୍ତୁ।

ସମ୍ବନ୍ଧିତ ଖବର