ସାଧାରଣତଃ ଯୁବାବସ୍ଥାରେ ଖର୍ଚ୍ଚ କମ୍ ଥାଏ, କୌଣସି ବୋଝ ନ ଥାଏ। ଏହି ସମୟରେ ଅର୍ଥକୁ ଠିକ୍ ଦିଗରେ ବିନିଯୋଗ ପାରିବେ । କାରଣ ୨୫ରୁ ୩୦ବର୍ଷ ବୟସ ପରେ ବିବାହ ହୋଇଯାଇଥାଏ। ଏହାପରେ ଆପଣଙ୍କ ଖର୍ଚ୍ଚ ଅଧିକ ହୋଇଥାଏ। ତେଣୁ ଯୁବାବସ୍ଥାରେ ହିଁ ଏଭଳି କିଛି ଉପାୟ ଆପଣାନ୍ତୁ, ଯାହା ଫଳରେ କି ଭବିଷ୍ୟତରେ ଅର୍ଥର ଅଭାବ ରହିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
୧. ଗୋଟିଏରୁ ଅଧିକ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ଏଥିରୁ ଯଥାଶୀଘ୍ର ନିଜକୁ ଦୂରେଇ ରଖନ୍ତୁ। କ୍ରେଡିଟ୍ କାର୍ଡ ଆପଣଙ୍କ ଜୀବନକୁ ସରଳ ବନାଇବା ପାଇଁ ପ୍ରସ୍ତୁତ କରାଯାଇଛି। କିନ୍ତୁ ସମୟସମୟରେ ଏମିତି ହୋଇଥାଏ କି କ୍ରେଡିଟ୍ କାର୍ଡ ହେତୁ ଆମେ ଅଧିକ ଖର୍ଚ୍ଚ କରି ଦେଇଥାଉ। ଯେଉଁଥିପାଇଁ ଅର୍ଥ ସଞ୍ଚୟ ହୋଇ ପାରି ନ ଥାଏ। ଏହି କାରଣରୁ ଅନେକ ଲୋକ କରଜ ମଧ୍ୟ କରି ଦେଇଥାଆନ୍ତି।
୨. କୌଣସି କାମ କରିବା ପୂର୍ବରୁ ଠିକ୍ ଭାବେ ଯୋଜନା କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କାମ ଠିକ୍ ଭାବେ ହେବା ସହିତ ସରଳ ବି ହୋଇଥାଏ। ପ୍ରଫେସନାଲ ପ୍ଲାନରଙ୍କ ଜରିଆରେ ଏକ କଠିନ ଫାଇନାଲ୍ସିଆଲ ପ୍ଲାନ୍ କରିବା ଜରୁରୀ। ଏଥିପାଇଁ ଆପଣଙ୍କୁ ଏକ ମାସିକ ବଜେଟ ତିଆରି କରିବାକୁ ପଡ଼ିବ। ଏହି ବଜେଟ ହିସାବରେ ଆପଣଙ୍କୁ ଚାଲିବାକୁ ପଡ଼ିବ। ଏହା ଆପଣ ଚାକିରିରୁ ଅବସର ନେବା ପର୍ଯ୍ୟନ୍ତ ଜାରି ରଖନ୍ତୁ।
୩. ଏମର୍ଜେନ୍ସି ଫଣ୍ଡ (ଜରୁରୀକାଳୀନ ପାଣ୍ଠି) ରଖିବା ଜରୁରୀ ହୋଇଥାଏ। କାରଣ ଆପଣ ଜାଣି ପାରନ୍ତି ନାହିଁ କି କେତେ ବେଳେ ଅର୍ଥର ଆବଶ୍ୟକତା ପଡ଼ିବ। ଏଥିପାଇଁ ଅର୍ଥ ରୋଜଗାର କରିବା ସହିତ ଏକ ଏମରଜେନ୍ସି ଫଣ୍ଡ କରି ଦିଅନ୍ତୁ। ଯଦି ଆପଣ ଅଧିକ ଟଙ୍କା ସଞ୍ଚୟ କରି ପାରୁ ନାହାନ୍ତି। ତେବେ ଅଳ୍ପଅଳ୍ପ କରି ସଞ୍ଚୟ କରନ୍ତୁ।