ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀଙ୍କ ମନ୍ଦିରରେ ଘଟିଛି ଏକ ବିସ୍ମୟଜନକ ଘଟଣା। ମା’ ତାରିଣୀଙ୍କ ନିକଟରେ ମନସ୍କାମନା ପୂରଣ ଲାଗି ଅନେକ ଦିନ ହେବ ମାନସିକ କରିଥିଲା ଜଣେ ଯୁବକ। ତେବେ ତାଙ୍କର ମାନସିକ ପୂରଣ ନହେବାରୁ ଶନିବାର ମା’ଙ୍କ ସମ୍ମୁଖରେ ଜିଭ କାଟି ଦେଇଛନ୍ତି ଯୁବକ। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସଙ୍ଗେସଙ୍ଗେ ସ୍ଥାନୀୟଲୋକେ ତାଙ୍କୁ ମନ୍ଦିର ପରିସରରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଶନିବାର ସକାଳୁ କେନ୍ଦୁଝରରେ ରହୁଥିବା ପୂଜକ କାଳନ୍ଦୀ ଚରଣ ଦେହୁରୀ(୩୦) ଏକୁଟିଆ ଘଟଗାଁ ଆସିଥିଲେ। ମା’ଙ୍କ ପାଖରେ ପହଞ୍ଚିବା ପରେ ସେ ବହୁତ ଦୁଃଖରେ ଥିବା ଜଣାପଡ଼ିଥିଲା। ହଠାତ୍ କେହି କିଛି ବୁଝିବା ପୂର୍ବରୁ ଏକ ଧାରୁଆ ବ୍ଲେଡରେ ନିଜ ଜିଭ ମା’ଙ୍କ ସମ୍ମୁଖରେ କାଟି ପକାଇଥିଲେ। ମନ୍ଦିର କର୍ମଚାରୀ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରି ଦେହୁରୀଙ୍କ ଜିଭ ସିଲେଇ କରିଛନ୍ତି।