ଖାଆନ୍ତୁ ଏହି ସବୁ ଖାଦ୍ୟ ଦେଖା ଯିବନି ବୟସର ଛାପ

ନୂଆଦିଲ୍ଲୀ : ବର୍ତ୍ତମାନ ଅନେକ ଲୋକ ବୟସ ହେବା ପୂର୍ବରୁ ବୟସ୍କ ଦେଖାଯାଉଛନ୍ତି। ଏହାକୁ ନେଇ ସେମାନେ ଚିନ୍ତିତ ଥାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ନାନାପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ବିଲାତି ବାଇଗଣ ଏବଂ ତରଭୁଜରେ ଏଭଳି ତତ୍ତ୍ୱ ରହିଛି ଯାହା ଆପଣଙ୍କ ବୟସ ଲୁଚାଇଦେବ ।
ଟମାଟୋ ଏବଂ ତରଭୁଜରେ ପ୍ରଚୁର ପରିମାଣର ଲାଇକୋଚିନ୍‌ ଥାଏ । ଏହା ଦ୍ୱାରା ଶରୀରରେ ଥିବା ରେଡ଼ିକାଲସକୁ ନିଷ୍କ୍ରିୟ କରିଥାଏ । ଏହା ଛଡ଼ା କର୍କଟ ହେବାର ଆଶଂଙ୍କାକୁ ମଧ୍ୟ ହ୍ରାସ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ତ୍ୱଚାକୁ ବାହାରୁ ହେଉଥିବା କ୍ଷତିରୁ ରକ୍ଷା କରିଥାଏ । ଠିକ୍‌ ସେହିପରି ପାଚିଲା ଟମାଟୋରୁ ମଧ୍ୟ ଶରୀରକୁ ଅଧିକ ଆଣ୍ଟିଅକ୍ସିଡ଼େଣ୍ଟ ମିଳିଥାଏ ।

Simply Scratch

ଠିକ୍‌ ସେହିପରି ପିଆଜ ଓ ରସୁଣ ମଧ୍ୟ ଆଣ୍ଟି ଏଜିଂର କାମ କରିଥାଏ । ଆୟୁର୍ବେଦରେ ପିଆଜ ଓ ରସୁଣକୁ ଔଷଧ ରୁପେ ବ୍ୟବହାର କରାଯାଇଥାଏ । ଏହା ରକ୍ତ ପରିଷ୍କାର କରିବାରେ ସହାୟକ ହୋଇଥାଏ । ଖାଲି ସେତିକି ନୁହଁ , ରସୁଣ ଓ ପିଆଜ ଖାଇଲେ ମଧ୍ୟ ବାର୍ଦ୍ଧକ୍ୟ ଆସେ ନାହିଁ ବା ବୟସର ଛାପ ଦେଖିବାକୁ ମିଳେ ନାହିଁ । ପିଆଜ ଓ ରସୁଣ ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତାକୁ ମଦ୍ୟ ବୃଦ୍ଧି କରିଥାଏ ।

ସମ୍ବନ୍ଧିତ ଖବର