ଦିନକୁ ୧୦ ମିନିଟ୍‌ ସମୟ ଦେଇ ମସ୍ତିଷ୍କ ତେଜ୍‌ କରିବା ସହ ଷ୍ଟ୍ରେସ୍‌, ଡିପ୍ରେସନ୍‌ ଆଦି ସମସ୍ୟାରୁ ମୁକ୍ତି ପାଆନ୍ତୁ ଏମିତି

ଖରାପ ଜୀବନଶୈଳୀ, ଖରାପ ଖାଦ୍ୟର ଅଭ୍ୟାସ ବା ଷ୍ଟ୍ରେସ୍‌ କାରଣରୁ ମସ୍ତିଷ୍କର ଶକ୍ତି ଧିରେ ଧିରେ କମ୍‌ ହୋଇବସେ। କିନ୍ତୁ ଯଦି ଆପଣ ସକାଳେ ବା ସନ୍ଧ୍ୟାରେ ୧୦ ମିନିଟ୍‌ ଧ୍ୟାନ କରନ୍ତି ତା’ହେଲେ ଏହି ସମସ୍ୟାକୁ ମଧ୍ୟ ନିୟନ୍ତ୍ରିତ କରିପାରିବେ। ଧ୍ୟାନ କରିବା ଦ୍ୱାରା ମସ୍ତିଷ୍କ ଉପରେ ବହୁ ଭଲ ପ୍ରଭାବ ପଡ଼ିଥାଏ। ଏହା ଦ୍ୱାରା ମସ୍ତିଷ୍କର ଶକ୍ତି ତେଜ୍‌ ହେବା ସହ ଶରୀରକୁ ମଧ୍ୟ ବହୁ ପ୍ରକାର ଫାଇଦା ମିଳିଥାଏ।

 

 

ବ୍ରେନ୍‌ ପାଓ୍ଵାର୍‌ ବଢ଼ାଇଥାଏ: ପ୍ରତିଦିନ ଧ୍ୟାନ କରିବା ଦ୍ୱାରା ଏକାଗ୍ରତା ବଢ଼ାଇଥାଏ। ଏହା ଯୋଗୁଁ ମସ୍ତିଷ୍କର କ୍ଷମତା ବଢ଼ିବାରେ ସାହାଯ୍ୟ ମିଳିଥାଏ।

ଷ୍ଟ୍ରେସ୍‌ ଦୂର କରେ: ପ୍ରତିଦିନ ଧ୍ୟାନ କରିଲେ ଶରୀରରୁ କାର୍ଟିସୋଲ୍‌ ନାମକ ଷ୍ଟ୍ରେସ୍‌ ହର୍ମୋନ୍‌ କମ୍‌ ହୋଇଥାଏ। ଏହା ଦ୍ୱାରା ଷ୍ଟ୍ରେସ୍‌ ଦୂର ହୋଇଥାଏ।

ଡିପ୍ରେସନ୍‌ କମ୍‌ କରେ: ପ୍ରତିଦିନ ଧ୍ୟାନ କରିବା ଦ୍ୱାରା ଶରୀରରେ ସେରେଟୋନିନ୍‌ ନାମକ ହର୍ମୋନ୍‌କୁ ବାହାର କରିଥାଏ। ଏହା ଫଳରେ ଡିପ୍ରେସନ୍‌ର ସମସ୍ୟା ନିୟନ୍ତ୍ରିତ ହୋଇଥାଏ।

ବ୍ଲଡ୍‌ପ୍ରେସର୍‌ କମ୍‌ କରେ: ନିୟମିତ ଧ୍ୟାନ କରିଲେ ଶରୀରର ରକ୍ତ ସଞ୍ଚାଳନ ସୁଧୁରିଥାଏ। ଏହା ଯୋଗୁଁ ଉଚ୍ଚ ରକ୍ତଚାପ ସମସ୍ୟା ନିୟନ୍ତ୍ରିତ ହୋଇଥାଏ।

ନିଦ ସମସ୍ୟା ଦୂର କରେ: ନିୟମିତ ଧ୍ୟାନ କରିବା ଦ୍ୱାରା ମସ୍ତିଷ୍କକୁ ସ୍ଫୁର୍ତ୍ତି ମିଳିଥାଏ। ଏହାଯୋଗୁଁ ରାତିରେ ନିଦ ନ ହେବା ସମସ୍ୟା ଦୂର ହୋଇଥାଏ।

ହୃଦ୍‌ରୋଗରୁ ରକ୍ଷା କରେ: ନିୟମିତ ଧ୍ୟାନ କରିଲେ ଶରୀରର ରକ୍ତ ସଞ୍ଚାଳନରେ ସୁଧାର ଆସିଥାଏ। ଏଥିରେ ହୃଦ୍‌ରୋଗର ଆଶଙ୍କା କମିଥାଏ।

ତ୍ୱଚାର ଚମକ୍‌ ବଢ଼ାଏ: ନିୟମିତ ଧ୍ୟାନ କରିଲେ ତ୍ୱଚା ସୁସ୍ଥ ରହିବା ସହ ଚମକ୍‌ ବଢ଼ାଇଥାଏ।

ସମ୍ବନ୍ଧିତ ଖବର