ମୋଟାପଣ ଠାରୁ ଆରମ୍ଭ କରି ମଧୁମେହ ରୋଗ ପର୍ଯ୍ୟନ୍ତ, ଅନେକ ରୋଗ ଦୂର କରିଥାଏ ଗହମର ଘାସ

ନବରାତ୍ରୀ ସମୟରେ ଦୁର୍ଗାପୂଜା କରିବା ପାଇଁ ଲୋକମାନେ ଘରେ ଗହମର ମଞ୍ଜି ବୁଣି ଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି? ବୁଣା ସରିବା ପରେ ସେଥିରୁ ବାହାରୁଥିବା ଘାସରୁ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ? ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ଗହମର ଘାସରେ ଭିଟାମିନ୍‌, କ୍ୟାଲସିୟମ, ଆଇରନ୍‌, ମିନେରାଲ୍ସ, ଏମିନୋ ଏସିଡ୍‌ ଏବଂ ପ୍ରୋଟିନ ରହିଥାଏ । ଯାହାକି ଅନେକ ରୋଗକୁ ନିୟନ୍ତ୍ରଣ କରିବା ସହ ରୋଗ ହେବା ଆଶଙ୍କାକୁ କମ କରିଥାଏ । ଏବେ ଆସନ୍ତୁ ଜାଣିବା ଗହମର ଘାସ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ…

୧. ଗହମର ଘାସରେ ଥିବା ବିଟା ଗ୍ଲୁକେନ୍‌ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ପରିଶ୍ରା ମାଧ୍ୟମରେ ବାହାରକୁ ବାହାର କରି ଦେଇଥାଏ । ଏହା ଦ୍ୱାରା ପେଟ ସବୁ ସମୟରେ ପୂରିବା ଭଳି ଅନୁଭବ ହୋଇଥାଏ । ଏପରି ହେବା ଦ୍ୱାରା ଆପଣ ଦରକାର ଠାରୁ ଅଧିକ ଖାଦ୍ୟ ଖାଆନ୍ତି ନାହିଁ । ଯାହାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।
୨. ପ୍ରତିଦିନ ଏହାର ରସ ପିଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବଢ଼ିବାକୁ ଲାଗିଥାଏ ଏବଂ ହେମୋଗ୍ଲୋବିନ୍‌ର ସ୍ତର ଠିକ୍‌ ରହିଥାଏ । ଯାହାଦ୍ୱାରା ଏନେମିଆ ହେବାର ଆଶଙ୍କା କମ ହୋଇଥାଏ । ଏହା ଛଡ଼ା ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ ।

nari.punjabkesari.in

୩. ଯଦି ଆପଣ ଶୀଘ୍ର ଥକି ଯାଉଛନ୍ତି । ତେବେ ଏହାର ରସ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ସକାଳ ସମୟରେ ଏହାର ଏକ ଗ୍ଲାସ ରସ ପିଇବା ଦ୍ୱାରା ସାରା ଦିନ ଆପଣଙ୍କ ଫୁର୍ତ୍ତି ଅନୁଭବ କରିବେ ।
୪. ଏଥିରେ ଥିବା ଭିଟାମିନ୍‌ ବି, ଏମିନୋ ଏସିଡ୍‌ ଏବଂ ଏନ୍‌ଜାଇମ୍‌ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ।
୫. ଗହମର ଘାସ ଶରୀରରେ ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

ସମ୍ବନ୍ଧିତ ଖବର