ବଦହଜମୀ ବା ରକ୍ତଚାପର ଶିକାର ହୋଇଥିଲେ , ଆପଣାନ୍ତୁ ଏହି ସରଳ ଉପାୟ

0 778

ଯଦି ଆପଣ କିଛି ଅଖାଦ୍ୟ ଖାଇଛନ୍ତି ବା ଅଧିକ ମାତ୍ରାରେ ଭୋଜନ କରିଥିବେ ,ତେବେ ବଦହଜମୀର ଶିକାର ହୋଇଥିବେ। ଏଥିରୁ ମୁକ୍ତି ପାଇବା ଲାଗି ଆପଣ ଦୁଇଟି ଅଳେଇଚ ଖାଇ ପାରନ୍ତି। ରାତିରେ ଦୁଇଟି ଅଳେଇଚ ଖାଇ ପାଣି ପିଇଲେ ମହିଳାଙ୍କର କେଶ ମଜଭୁତ ହୋଇଥାଏ ଓ କେଶ ଝଡ଼ିବା ବନ୍ଦ ହୋଇଥାଏ।
ଅଳେଇଚ ସେବନ କରିଲେ ରକ୍ତଚାପ ବି ନିୟନ୍ତ୍ରଣ ଭିତରେ ରହିଥାଏ। ଏଥିରେ ପଟାସିଅମ୍‌ ଓ ଫାଇବର୍‌ ଅଧିକ ମାତ୍ରାରେ ଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୁଏ। ପ୍ରତିଦିନ ଅଳେଇଚ ଖାଇଲେ ମୂତ୍ର ସଂକ୍ରମଣରୁ ବି ମୁକ୍ତି ମିଳିଥାଏ।

 

ଅଳେଇଚକୁ ଆମେ ସାଧାରଣତଃ ମାଉଥ୍‌ ଫ୍ରେସନ୍‌ର ରୂପେ ସେବନ କରିଥାଉ। ତା’ଛଡ଼ା ବିଭିନ୍ନ ତରକାରୀରେ ଏହା ମସଲାରୂପେ ବି ବ୍ୟବହୃତ ହୋଇଥାଏ। ତେବେ ଆପଣ ଜାଣନ୍ତି କି ପ୍ରତ୍ୟହ ଅଳେଇଚ ଖାଇଲେ ପୁରୁଷମାନଙ୍କର ଶାରୀରିକ ଦୁର୍ବଳତା ଦୂର ହୋଇଥାଏ।ଏହା ଛଡ଼ା ମୋଟାପାରୁ ବି ମୁକ୍ତ ମିଳିଥାଏ।
ଯଦି ଆପଣଙ୍କର ପେଟ ବାହାରିଛି ଓ ଆପଣ ତାଙ୍କୁ ସୁନିଶ୍ଚିତ କରିବାକୁ ଚାହାଁନ୍ତି,ତେବେ ରାତିରେ ଶୋଇବା ପୂର୍ବରୁ ଗରମ ଜଳରେ ଦୁଇଟି ଅଳେଇଚ ମିଶାଇ ଦିଅନ୍ତୁ। ଏଥିରେ ଥିବା ପଟାସିଅମ୍‌,ମ୍ୟାଗ୍ନେସିଅମ୍‌,ଭିଟାମିନ୍‌ ବି-୧, ବି-୬ ଓ ଭିଟାମିନ୍‌-ସି ଶରୀରରୁ ଅତିରିକ୍ତ ଚର୍ବିକୁ କମ୍‌ କରିଥାଏ। ଏଥିରେ ଥିବା ଫାଇବର୍‌ ଓ କାଲ୍‌ସିଅମ୍‌ ଓଜନକୁ ବି ନିୟନ୍ତ୍ରିତ କରିଥାଏ।


ଠିକ୍‌ ସେହିପରି ଶୋଇବା ଆଗରୁ ରାତିରେ ଅଳେଇଚ ସେବନ କରିଲେ ପୁରୁଷମାନଙ୍କର ନପୁଂସକତା ଧୀରେ ଧୀରେ ହ୍ରାସ ପାଇଥାଏ। ଏହାକୁ ଗରମ ପାଣି ବା ଦୁଧ ସହିତ ପିଇଲେ ଭଲ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.