ବାର୍ଷିକ ରାଶିଫଳ ୨୦୧୮: କନ୍ୟା: ଚାକିରିଆଙ୍କ ଦରମା ବଢ଼ିବ, ଛାତ୍ରଛାତ୍ରୀ ସଫଳତା ପାଇବେ

ସକାରାତ୍ମକ ଭାବନା ଓ କର୍ମନିଷ୍ଠା ଆପଣଙ୍କୁ ଧୀରେ ଧୀରେ ସଫଳତା ଆଡ଼କୁ ଆଗେଇ ନେଇଯିବ। କାରବାର ଓ ବ୍ୟବସାୟର ବିସ୍ତାର ଲାଗି ଦୂର ସ୍ଥାନକୁ ଯାତ୍ରାରେ ଯିବେ। ବିଦେଶ ଯାତ୍ରା ସୁଖଦ ରହିବ ଓ ମନରେ ଉତ୍ସାହ ସଞ୍ଚାର ହେବ। ଅକ୍‌ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଆୟ ବୃଦ୍ଧି ପାଇଁ ନୂଆ ସୁଯୋଗ ମିଳିବ। ସରକାରୀ ଚାକିରିଜୀବୀମାନଙ୍କୁ ଏ ବର୍ଷ କୌଣସି ବିଶେଷ ଦାୟିତ୍ଵ ମିଳିପାରେ ଏବଂ ଦରମା ବୃଦ୍ଧି ହେବ। କମ୍ପାନି ଚାକିରିରେ ଥିବା ମହିଳାମାନଙ୍କୁ ପଦୋନ୍ନତି ମିଳିବ। ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ପରିବାର ଲୋକ ଓ ବନ୍ଧୁବର୍ଗଙ୍କୁ ଖୁସି ରଖିବା ଲାଗି ଆପଣଙ୍କୁ ପ୍ରୟାସ କରିବାକୁ ହେବ। ଗ୍ରହଚଳନ ଦୃଷ୍ଟିରୁ ମାର୍ଚ୍ଚ ମାସ ବେଳକୁ ପରିସ୍ଥିତିରେ ପରିବର୍ତ୍ତନ ଆସିବ ଓ ପରିବାରରେ ଏକତା ଓ ପ୍ରେମ ବଢ଼ିବ। ପ୍ରେମ କରୁଥିବା ବ୍ୟକ୍ତିମାନେ ଏ ବର୍ଷ ବିବାହ କରିପାରିବେ। ଅବିବାହିତମାନଙ୍କ ଲାଗି ଅପ୍ରେଲ୍‌, ମଇ ମାସରେ ପ୍ରେମ ପ୍ରସଙ୍ଗର ନୂଆ ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ଲାଗି ସକାରାତ୍ମକ ସମୟ। ପରିଶ୍ରମରେ ସୁଫଳ ପାଇବେ। ମଇରୁ ନଭେମ୍ବର ମାସ ମଧ୍ୟରେ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ହାସଲ କରିବେ। ଯେଉଁମାନଙ୍କର ପାଚନ ପ୍ରକ୍ରିୟାରେ ସମସ୍ୟା ଲାଗି ରହିଛି ସେମାନେ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗୀମାନେ ଜୁଲାଇ ଓ ସେପ୍‌ଟେମ୍ବର ମାସରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

ସମ୍ବନ୍ଧିତ ଖବର