କେଉଁ ରଙ୍ଗର ମନି ପର୍ସ ରଖିଲେ ଅର୍ଥର ଅଭିବୃଦ୍ଧି ଘଟିବ

ପ୍ରତ୍ୟେକ ରଙ୍ଗର ନିଜର ସ୍ୱତନ୍ତ୍ର ଆକର୍ଷଣ ଓ କ୍ଷମତା ରହିଥାଏ। ଯଦି ଆପଣଙ୍କର ପର୍ସର ରଙ୍ଗ ଏଭଳି, ତେବେ ଜାଣନ୍ତୁ ଏହାର ପ୍ରଭାବ କିପରି ଆପଣଙ୍କ ପର୍ସ ଉପରେ ପ୍ରଭାବ ପଡିବ।
ଧଳା: ଯଦି ଆପଣଙ୍କ ପର୍ସର ରଙ୍ଗ ଧଳା, ତେବେ ଆପଣଙ୍କର ବଦ୍‌ଖଚ୍ଚ’ କମିଯିବ, ଧଳା ହେଉଛି ଶାନ୍ତିର ପ୍ରତୀକ। ଯଦି ଆପଣ ଆର୍ଥିକ ଚାପରେ ଥାଆନ୍ତୁ, ତେବେ ଧଳା ରଙ୍ଗର ପର୍ସ ରଖିବା ଉଚିତ।
ବାଦାମୀ: ବାଦାମୀ ରଙ୍ଗ ହେଉଛି ପୃଥିବୀର ରଙ୍ଗ। ଏହି ରଙ୍ଗର ମନି ପର୍ସ ବା ହ୍ୟାଣ୍ଡ୍‌ ବ୍ୟାଗ୍‌ ବ୍ୟବହାର କରୁଥିଲେ ଆପଣ ଖର୍ଚ୍ଚ କରିବା ଆଗରୁ ସତର୍କ ରହିବେ।
ଈଷତ୍‌ ଗୋଲାପୀ: ଗୋଲାପୀ ହେଉଛି ଅତ୍ୟନ୍ତ ଆନନ୍ଦର ରଙ୍ଗ। ଏହି ରଙ୍ଗ ଆପଣଙ୍କୁ ଅଧିକ ଆତ୍ମ ସନ୍ତୋଷ ଦେଇଥାଏ। ଏଣୁ ମାତ୍ରାଧିକ ଅନାବଶ୍ୟକ ଖର୍ଚ୍ଚ ରୋକି ପାରିବେ, ଯଦି ଆପଣ ଈଷତ୍‌ ଗୋଲାପୀ ରଙ୍ଗର ମନିପର୍ସ ବ୍ୟବହାର କରିବେ।


ହଳଦିଆ: ଯଦି ଆପଣ କିଣାକିଣି କରିବାକୁ ନେଇ ଦ୍ୱିଧାଗ୍ରସ୍ତ ଅଛନ୍ତି, ତେବେ ହଳଦିଆ ରଙ୍ଗର ହ୍ୟାଣ୍ଡ ବ୍ୟାଗ୍‌ ବା ପର୍ସ ନେଇ ସାଙ୍ଗରେ ଯାଆନ୍ତୁ। ଏହା ଦ୍ୱାରା ଆପଣ ସହଜରେ ନିଷ୍ପତ୍ତି ନେଇ ପାରିବେ।
ଗାଢ ସବୁଜ: ଯଦି ଆପଣ ଗାଢ ସବୁଜ ରଙ୍ଗର ମନି ପର୍ସ ବ୍ୟବହାର କରୁଛନ୍ତି, ତେବେ ଏହା ଦ୍ୱାରା ଆର୍ଥିକ ଅଭିବୃଦ୍ଧି ମିଳିବ ଆପଣଙ୍କୁ।

ସମ୍ବନ୍ଧିତ ଖବର