ଲିଭର୍‌କୁ ସୁସ୍ଥ ରଖିବା ପାଇଁ ଏହି ସବୁ ଅଭ୍ୟାସ ଛାଡ଼ିବା ଜରୁରୀ

 

ଅଧିକ ମାତ୍ରାରେ ଚିନି ଖାଆନ୍ତୁ ନାହିଁ: ଲିଭର ଶର୍କରାକୁ ଚର୍ବିରେ ବଦଳାଇବାରେ କାମ କରେ। ଅଧିକ ମାତ୍ରାରେ ଚିନି ଖାଇଲେ ଲିଭର ଉପରେ କାମର ଚାପ ବଢ଼ିଯାଏ ଓ ଅଧିକ ଚର୍ବି ଲିଭର୍‌ରେ ଜମା ହୋଇଥାଏ। ଏହାଯୋଗୁଁ ଲିଭର ଖରାପ ହୋଇପାରେ।

ଔଷଧ ଠିକ୍‌ ପରିମାଣରେ ଖାଆନ୍ତୁ: ଅଧିକ ପେନ୍‌ କିଲର୍ସ୍‌ ଔଷଧ ବଟିକା ଖାଇଲେ କିମ୍ବା ଅଧିକ ସମୟ ଧରି ପାରାସିଟାମଲ ମଧ୍ୟ ଖାଇଲେ ଲିଭର ଖରାପ ହୋଇପାରେ।

ମଦ୍ୟପାନ କରନ୍ତୁ ନାହିଁ: ଅଧିକ ମଦ୍ୟପାନ କରିଲେ ଶରୀରରେ ଟକ୍ସିନ୍‌ ବା ବିଷାକ୍ତ ଜିନିଷର ମାତ୍ରା ବଢ଼ିଯାଏ। ଏହା ଲିଭରରେ ଜମା ହୋଇ କ୍ଷତି ପହଞ୍ଚାଇଥାଏ।

ନିଦ ପାକଳ ହେବା ଯାଏଁ ଶୁଅନ୍ତୁ: ନିଦ ପୂରା ନ ହେଲେ ଲିଭର ଠିକ୍‌ ଭାବେ କାମ କରେ ନାହିଁ। ଏମିତିରେ ଲିଭରରେ ଚର୍ବି ଜମା ହୋଇଯାଏ ଓ ଲିଭରକୁ କ୍ଷତି ପହଞ୍ଚାଇଥାଏ।

ଅଧିକ ଜଙ୍କ୍‌ ଫୁଡ୍‌ ଖାଆନ୍ତୁ ନାହିଁ: ପ୍ରତିଦିନ ବର୍ଗର, ସ୍ୟାଣ୍ଡ୍‌ଓ୍ଵିଚ୍‌ ବା ପିଜ୍ଜା ଖାଇଲେ ଶରୀରରେ ନ୍ୟୁଟ୍ରିସନ୍‌ର ମାତ୍ରା ଧିରେ ଧିରେ କମିଯାଏ। ଏହାଯୋଗୁଁ ଲିଭର୍‌କୁ କାମ କରିବାରେ ବାଧା ସୃଷ୍ଟି ହୁଏ। ଏହା ଫଳରେ ମଧ୍ୟ ଲିଭର୍‌ରେ ଚର୍ବି ଜମା ହୋଇଯାଏ।

ଧୁମପାନ (ସ୍ମୋକିଙ୍ଗ୍‌) କରନ୍ତୁ ନାହିଁ: ସିଗାରେଟ୍‌ରେ ବହୁତ ପରିମାଣରେ ଟକ୍ସିକ୍‌ କେମିକାଲ୍‌ ଥାଏ, ସ୍ମୋକିଙ୍ଗ୍‌ କରିବା ଦ୍ୱାରା ଏହି କେମିକାଲ୍‌ ଲିଭର୍‌ର କୋଷଗୁଡ଼ିକୁ କ୍ଷତି ପହଞ୍ଚାଇ ପାରେ।

ସମ୍ବନ୍ଧିତ ଖବର