ପାଣିରେ କିସମିସ୍‌ ପକାଇ ପିଅନ୍ତୁ ,ଜାଣନ୍ତୁ କି ଫାଇଦା ମିଳୁଛି ?

ଆମେ ଶରୀରର ବାହ୍ୟ ଅଙ୍ଗର ଯେତିକି ଯତ୍ନ ନେଇଥାଉ,ସେତିକି ଭିତରେ ଥିବା ଅଙ୍ଗପ୍ରତ୍ୟଙ୍ଗର ଯତ୍ନ ନେଇ ନ ଥାଉ। ହେଲେ ଯଦି ସରଳ ଉପାୟ ଅବଲମ୍ବନ କରିବା ତେବେ ଅନ୍ତଃ ଅଙ୍ଗଗୁଡ଼ିକର ବି ଉପଯୁକ୍ତ ଯତ୍ନ ନେଇପାରିବା।
ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ଯକୃତ ବା ଲିଭର୍‌। ଏଥିରେ ଥିବା ମଇଳା ସଫା କରିବାକୁ ହେଲେ ଆପଣଙ୍କୁ ପାଣିରେ କିସମିସ୍‌ ପକାଇ ପ୍ରତିଦିନ ପିଇବାକୁ ହେବ।
ଆସନ୍ତୁ ଜାଣିବା କିସମିସ୍‌ ପାଣି ପିଇଲେ ଆଉ କି ଫାଇଦା ମିଳିଥାଏ…

୧-କିସମିସ୍‌ ପାଣିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ୍‌ ଶରୀରର କୋଷଗୁଡ଼ିକୁ ଶକ୍ତ କରିଥାଏ ଓ କର୍କଟ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ।
୨-ଏଥିରେ ଆମିନୋ ଏସିଡ୍‌ ଥାଏ। ଏହା ଶରୀରର ଦୁର୍ବଳତା ଦୂର କରିଥାଏ।
୩-କିସମିସ୍‌ ପାଣିରେ ଭିଟାମିନ୍‌ ଏ,ବିଟା କେରୋଟିନ୍‌ ଓ ଫାଇଟୋନ୍ୟୁଟ୍ରିଏଣ୍ଟ୍‌ସ ଥାଏ। ଏହା ଦୃଷ୍ଟି ଶକ୍ତିକୁ ତୀକ୍ଷ୍‌ଣ କରିବାରେ ସହାୟକ ହୋଇଥାଏ।
୪-କିସମିସ୍‌ ପିଇଲେ ଓଜନ ହ୍ରାସ ପାଇଥାଏ।


୫-ଏହା ପିଇଲେ ଗ୍ୟାସ୍‌ଟ୍ରିକ୍‌ ଓ ଏସିଡିଟି ଆଦି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।
୬- କିସମିସ୍‌ ପାଣିରେ ଆରଇନ୍‌,କପର୍‌ ଓ ବି କଂପ୍ଲେକ୍‌ସ ଭରପୂର ମାତ୍ରାରେ ରହିଛି। ଏହା ରକ୍ତହୀନତାକୁ ଦୂର କରିଥାଏ।

ସମ୍ବନ୍ଧିତ ଖବର