କଣ୍ଟାକ୍ଟ ଲେନ୍‌ସ ଲଗାଇବା ଦ୍ୱାରା ଏହି ସବୁ ଅସୁବିଧା ଦେଖାଯାଇଥାଏ

ଆଜିକାଲି ଲୋକମାନଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହେବାରେ ଲାଗିଛି । ଯାହାଦ୍ୱାରା ଲୋକମାନେ ମୋଟା ମୋଟା ଫ୍ରେମ୍‌ର ଚଷମା ପିନ୍ଧିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବଜାରକୁ କଣ୍ଟାକ୍ଟ ଲେନ୍‌ସ ଆସିବା ପରେ ଏବେ ଲୋକମାନେ ଚଷମା ବଦଳରେ ଏହାକୁ ଲଗାଇବା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ସେମାନଙ୍କୁ ଭଲ ଲୁକ୍‌ ମିଳୁଛି ସତ କିନ୍ତୁ ଅନେକ ସାଇଡ଼୍‍ ଇଫେକ୍ଟ ମଧ୍ୟ ରହୁଛି । ସେଥିପାଇଁ ଏହାକୁ ବ୍ୟବହାର କରିବା ପୂର୍ବରୁ ଅନେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଦରକାର । ଆସନ୍ତୁ ଜାଣିବା କଣ୍ଟାକ୍ଟ ଲେନ୍‌ସ ଲଗାଇଲେ କ’ଣ କ’ଣ ଅସୁବିଧା ହୋଇଥାଏ ?

୧.କିଛି ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ଲେନ୍‌ସ ବ୍ୟବହାର କରନ୍ତି । ଏହାଦ୍ୱାରା ଆଖି ଶୁଷ୍କ ହେବାକୁ ଲାଗିଥାଏ । ଅଧିକ ସମୟ ପିନ୍ଧି ରହିବା ଦ୍ୱାରା ଆଖି ପୋଡ଼ିବାକୁ ଲାଗିଥାଏ ।

nari.punjabkesari.in

୨.ଯଦି ଆପଣ ପ୍ଲାଷ୍ଟିକ ବା ସିଲିକନ୍‌ ଲେନ୍‌ସ ବ୍ୟବହାର କରୁଛନ୍ତି, ତେବେ ଅଧିକ ସମୟ ଲଗାଇ ରଖିବା ଦ୍ୱାରା ଆଖି ବିନ୍ଧିବାକୁ ଲାଗିଥାଏ । ଏହି ସମସ୍ୟା ଦେଖାଗଲେ କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରନ୍ତୁ ନାହିଁ ।
୩.ଅଧିକ ସମୟ ଧରି ସଫ୍ଟ ଲେନ୍‌ସ ବ୍ୟବହାର କରିବା ଦ୍ୱାରା ଆଖିରେ ଇଣ୍ଟ୍ରାକୁଲାର ନାମକ ତରଳ ପଦାର୍ଥ ତିଆରି ହୋଇଥାଏ ଯାହା ଅଖିର ରେଟିନାରେ ଜମା ହୋଇଯାଇଥାଏ । ଏହା ଦେଖିବାରେ ଅସୁବିଧା ହୋଇଥାଏ ।

nari.punjabkesari.in

୪.ଯଦି ଆପଣ ସବୁ ଦିନ ଲେନ୍‌ସ ବ୍ୟବହାର କରୁଛନ୍ତି,ତେବେ ତାକୁ ସଲ୍ୟୁସନ୍‌ରେ ବୁଡ଼ାଇ ଭଲ ଭାବେ ସଫା କରି ପିନ୍ଧନ୍ତୁ । ନହେଲେ ଆଖି ଲାଲ ପଡ଼ିବା ସହ ସଂକ୍ରମଣ ହୋଇ ଯାଇଥାଏ ।

ସମ୍ବନ୍ଧିତ ଖବର