ଛିଙ୍କରୁ ରକ୍ଷା ପାଇବାକୁ ଆପଣାନ୍ତୁ ,ଏହିସବୁ ସରଳ ଉପାୟ ଭିତରୁ ଗୋଟିଏ

0 652

ବର୍ଷା ଦିନେ ସାଧାରଣତଃ ଥଣ୍ଡା ହେଲେ ବା ଆଲର୍ଜି ହେଲେ ଛିଙ୍କ ହୋଇଥାଏ ବୋଲି କୁହାଯାଏ। ଯଦି ଆପଣଙ୍କର ବି ବେଶି ଛିଙ୍କ ହେଉଥାଏ ତେବେ ସେଥିରୁ ରକ୍ଷା ପାଇବା ଲାଗି ନିମ୍ନ ସରଳ ଉପାୟଗୁଡ଼ିକୁ ଆପଣାଇ ପାରନ୍ତି ।
ପ୍ରଥମତଃ ଆପଣ ବିଭିନ୍ନ ପ୍ରକାରର ସାଇଟ୍ରସ୍‌ ଫଳ ଯଥା କମଳା, ଲେମ୍ବୁ, ଅଙ୍ଗୁର ଓ ବାତାପି ଆଦି ଖାଇପାରନ୍ତି । ଏଥିରେ ଆଣ୍ଟି ଆକ୍ସିଡେଣ୍ଟସ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ଆପଣଙ୍କୁ ସୁରକ୍ଷା ଦେଇପାରିବ ।
ପ୍ରତିଦିନ ଦୁଇ ତିନିଟି ଅଅଁଳା ସେବନ କଲେ ମଧ୍ୟ ଛିଙ୍କ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଛିଙ୍କ ନ ହେବା ପାଇଁ ଚାହୁଁଥିଲେ ଦିନରେ ଦୁଇ ତିନିଥର ବଡ଼ ଅଳେଇଚ ଚୋବାନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ।


ଅଦାରେ ଆଣ୍ଟି ସେପ୍ଟିକ୍‌ ଗୁଣ ରହିଛି । ତିନି ଇଞ୍ଚ ଅଦା ଖଣ୍ଡକୁ ଦୁଇ ଚାମଚ ମହୁରେ ମିଶାଇ ପାଣିରେ ଫୁଟାନ୍ତୁ । ପ୍ରତିଦିନ ଶୋଇବା ପୂର୍ବରୁ ଏହି ମିଶ୍ରଣ ପାନ କଲେ ଛିଙ୍କ ହେବାର ଆଶଙ୍କା ରହିବ ନାହିଁ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.