ସଫଳ ବ୍ୟକ୍ତିମାନେ ଶୋଇବାକୁ ଯିବା ପୂର୍ବରୁ ରାତିରେ ଏସବୁ ସବୁ କରିଥାନ୍ତି

ଭିନ୍ନ ବ୍ୟକ୍ତିଙ୍କର ଭିନ୍ନ ଜୀବନଶୈଳୀ। ସମସ୍ତେ ସମାନ ତରିକାରେ ଜୀବନ ବିତାନ୍ତି ନାହିଁ। ତେବେ ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ଜୀବନ ଶୈଳୀରେ କିଛିଟା ସମାନତା ନିଶ୍ଚୟ ରହିଥାଏ। ଏମିତି କେତେକ ପ୍ରତିଷ୍ଠିତ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଜୀବନ ଶୈଳୀରେ କିଛିଟା ସମାନତା ରହିଛି। ତେବେ, ଆସନ୍ତୁ ଜାଣିବା ସଫଳ ବ୍ୟକ୍ତିମାନେ ରାତିରେ ଶୋଇବା ପୂର୍ବରୁ କ’ଣ କରନ୍ତି।

-ଅଧିକାଂଶ ସଫଳ ବ୍ୟକ୍ତି ପୁସ୍ତକ ପଢ଼ିବାରେ ରୁଚି ରଖିଥାନ୍ତି। ଦିନରେ କାଯ୍ୟ ବ୍ୟସ୍ତତା ହେତୁ ପଢ଼ି ପାରିନଥିବାରୁ ବିଛଣାକୁ ଯିବା ପୂର୍ବରୁ ପଢ଼ିବା ଏମାନଙ୍କ ଅଭ୍ୟାସ ହୋଇଥାଏ। ପୁସ୍ତକ ସହିତ କେତେକ ବ୍ୟକ୍ତି ଖବରକାଗଜ ମଧ୍ୟ ପଢ଼ିଥାନ୍ତି।

-ସଂପର୍କୀୟ ଓ ବନ୍ଧୁଙ୍କ ସହିତ ପ୍ରାୟତଃ ଏମାନେ ରାତିରେ ହିଁ କଥା ହୋଇଥାନ୍ତି। ଶୋଇବାକୁ ଯିବା ପୂର୍ବରୁ କାହା ସହିତ ବହୁତ ଦିନ ହେବ ଯୋଗାଯୋଗ ହୋଇ ନାହିଁ ବୋଲି ମନେପକାଇ ଫୋନ୍‌ କଲ୍‌ କରି କଥା ହୋଇଥାନ୍ତି।

-ଦିନ ସାରା କରିଥିବା ଉଭୟ ଭଲ ଓ ମନ୍ଦ କାର୍ଯ୍ୟକୁ ତର୍ଜମା କରିବା ସହିତ ଆସନ୍ତାକାଲିର ରୁର୍ଟିନ୍‌ ବି ମନେ ମନେ ଫିକ୍ସ୍‍ କରନ୍ତି।

-କେତେକ ସଫଳ ବ୍ୟକ୍ତି ମନକୁ ସ୍ଥିର କରିବା ପାଇଁ ଶୋଇବା ପୂର୍ବରୁ ଧ୍ୟାନ କରିଥାନ୍ତି।

-ଆଉ କେତେକ ଶିକ୍ଷଶୀୟ ଭିଡିଓ ଦେଖନ୍ତି କିମ୍ବା ମନ ସ୍ଥିତ କରିବା ପାଇଁ ପସନ୍ଦର ଗୀତ ଶୁଣନ୍ତି।

ସମ୍ବନ୍ଧିତ ଖବର