କେବଳ ଥରଟିଏ କରନ୍ତୁ ଏହି ଥେରାପି!୬୦ ବର୍ଷ ବୟସରେ ବି ଦିଶିିବେ ଜବାନ!
ବୟସର ବୃଦ୍ଧି ଯୋଗୁଁ ବ୍ୟକ୍ତିର ତ୍ୱଚାରେ ପାର୍ଥକ୍ୟ ଦେଖାଯାଇଥାଏ।ଅର୍ଥାତ୍ ତ୍ୱଚାର ଚମକ କମିବା ସାଂଗକୁ ବ୍ୟକ୍ତିର ତ୍ୱଚାରେ ଲୋଚାକୋଚା ଦେଖିବାକୁ ମିଳିଥାଏ, ଯେଉଁଥିପାଇଁ କି ସୂର୍ଯ୍ୟଙ୍କ ଠାରୁ ନିର୍ଗତ ହେଉଥିବା କ୍ଷତିକାରକ ରଶ୍ମି ଏବଂ ପ୍ରଦୂଷଣ ମୁଖ୍ୟତଃ ଦାୟୀ ହୋଇଥାଆନ୍ତି।ଏହା ବ୍ୟକ୍ତିକୁ ଅଧିକ ମାତ୍ରାରେ ବୃଦ୍ଧି ଏବଂ ଦୁର୍ବଳ କରି ଦିଏ। ତେଣୁ ଆଜି ଆମେ ଆପଣଙ୍କୁ ଏନେଇ ଏପରି ଏକ ପିଆର୍ପି( ପ୍ଲେଟଲେଟ-ରିଚ୍ ପ୍ଲାଜ୍ମା)ଥେରାପି ବିଷୟରେ କହିବୁ,ଯାହାର ପ୍ରୟୋଗ ଆପଣଙ୍କୁ କେବଳ ଥରେ ମାତ୍ର କରିବାକୁ ହେବ,ଯାହାକି ଆପଣଙ୍କ ତ୍ୱଚାକୁ ଚମକପ୍ରଦ,ସୁନ୍ଦର ଏବଂ ପ୍ରାକୃତିକ ବନାଇଥାଏ ଏବଂ ଆପଣ ପୂର୍ବାପେକ୍ଷା ଜବାନ ମଧ୍ୟ ଦେଖାଯାଆନ୍ତି।
ଆସନ୍ତୁ ଜାଣିବା ଏହି ଥେରାପି ବିଷୟରେ……।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏନେଇ ଆପୋଲୋ ହସ୍ପିଟାଲ୍ର ପ୍ଲାଷ୍ଟିକ୍ ସର୍ଜନ ଏବଂ ଏଣ୍ଡ୍ରୋଲୋଜିଷ୍ଟ୍ ଅନୁପ୍ ଧୀର୍ କହିଛନ୍ତି କି,ପିଆର୍ପି ଥେରାପି ତ୍ୱଚାକୁ ଏକ ନୂତନ ରୂପ ଦେବା ସହିତ ପ୍ଲେଟଲେଟ୍ ଏବଂ ପ୍ଲାଜ୍ମା(ରକ୍ତ ଭିତରର ମଜ୍ଭୁତ ତତ୍ତ୍ୱ)ର ଉପଚାରାତ୍ମକ ଶକ୍ତିର ବ୍ୟବହାର ମଧ୍ୟ କରାଯାଇଥାଏ। ଏହାବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ,ପ୍ଲେଟଲେଟ୍ସ ହେଉଛି ରକ୍ତରେ ଥିବା ଏକ କୋଷିକା ଅଟେ।ଯେଉଁଥିରେ କି ବୃଦ୍ଧି କରିବାର କ୍ଷମତା ରହିଥାଏ ଏବଂ ଆଘାତ ସମୟରେ ବ୍ୟକ୍ତିକୁ କ୍ଳାନ୍ତ ଲାଗିବା ପାଇଁ ଏହା ମୁଖ୍ୟତଃ ଦାୟୀ ଅଟେ। ଏହି କାରଣକୁ ନେଇ ଏହା ରକ୍ତସ୍ରାବକୁ ରୋକି ଦେଇଥାଏ।ତେବେ ପ୍ଲାଜ୍ମା ରକ୍ତର ତରଳ ଅଂଶ ଅଟେ,ଯାହାକୁ ନେଇ ଧୀର୍ କହିଛନ୍ତି ‘ଏହା ଏକ ସାଧାରଣ ପ୍ରକ୍ରିୟା ଅଟେ ଏବଂ ଏକରୁ ଦୁଇ ଘଣ୍ଟା ମଧ୍ୟରେ ଏହାକୁ କରାଯାଇପାରେ’।ତେଣୁ ଲୋକାଲ୍ ଲନେସ୍ଥେଟିକ୍ କ୍ରିମ୍କୁ ଚେହେରାରେ ବା ଯେଉଁ ସ୍ଥାନରେ ଚିକିତ୍ସା କରାଯିବାର ଥାଏ,ସେହି ଜାଗାରେ ଲଗାଯାଇ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଆଯାଏ। ଏହା ମଧ୍ୟରେ ହାତର ବଡ଼ ଶୀରା ମଧ୍ୟରୁ ଗୋଟିଏ ଶୀରାରୁ ୧୦ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରକ୍ତ ବାହାର କରାଯାଏ ଏବଂ ଲାଲ୍ ରକ୍ତ କାଣିକାକୁ ଅନ୍ୟ ପ୍ଲେଟଲେଟ୍ସ ଏବଂ ପ୍ଲାଜ୍ମାକୁ ଅଲଗା କରିବା ଲାଗି ଅପକେନ୍ଦ୍ରିତ କରାଯାଏ।
ଏହାସହିତ ଧୀର୍ ଏହା ବି କହିଛନ୍ତି ଯେ, ପ୍ଲେଟଲେଟ୍ ଏବଂ ପ୍ଲାଜ୍ମା ଯୁକ୍ତ ଏହି ଫ୍ଲୁଡ୍ଡ ବହୁତ ବାରୀ ଛୁଞ୍ଚିର ବ୍ୟବହାର କରାଯାଇ ତ୍ୱଚାର ଭିତରକୁ ଛଡ଼ାଯାଏ। ଏହାଦ୍ୱାରା ପ୍ଲେଟଲେଟ୍ ର ବୃଦ୍ଧିର କାରକ ଏବଂ ସାଇଟୋକିଂସ୍ରେ ବୃଦ୍ଧି ଘଟେ,ଯାହାକି ବ୍ୟକ୍ତିଠାରେ ସୁଧାରର ପ୍ରକ୍ରିୟାକୁ ବଢ଼ାଇବାରେ ଏବଂ କେଲାଜନ୍ ବନାଇବା ପ୍ରକ୍ରିୟାକୁ ଦୃତ କରିଥାଏ।
ଏହାକୁ ନେଇ ସେ ଏହା ମଧ୍ୟ କହିଛନ୍ତି ଯେ,କେଲାଜନ ତ୍ୱଚାକୁ ସାହଯ୍ୟ କରେ ଏବଂ ତ୍ୱଚାରେ ପଡ଼ୁଥିବା ଲୋଚାକୋଚାକୁ କମାଇଥାଏ। ତେବେ ସୁଧାରର ଏହି ପ୍ରକ୍ରିୟା ଯୋଗୁଁ ରକ୍ତ ପ୍ରବାହ,ତ୍ୱଚାର ଟୋନ୍ ଏବଂ ରେକ୍ଚର ଭଲ ହୋଇଥାଏ ଏବଂ ତ୍ୱଚାର ସୁନ୍ଦରତା ଯୁବାଙ୍କ ଭଳି ଲାଗିଥାଏ।
ତେବେ ପିଆର୍ପି ଥେରାପି ଗୋଟିଏ ଥରରୁ ଅଧିକ ଥର କରାଯିବା ବ୍ୟକ୍ତି ଲାଗି ସର୍ବଶ୍ରେଷ୍ଠ ପରିମାଣ ଦେଇଥାଏ ବୋଲି ଧୀର୍ ପରାମର୍ଶ ଦେଇଛନ୍ତି। ତେବେ ଏହି ପ୍ରକ୍ରିୟା ଚଳାଉଥିବାବେଳେ ତ୍ୱଚାର ସାଧାରଣ ଭାବରେ କିଛି କ୍ଷତି ଘଟିଥାଏ।ଆଉ ଯଦି ଆପଣ ଆପଣଙ୍କ ତ୍ୱଚାରେ ଭଲ ଧରଣର ସୁଧାର ଆଣିବାକୁ ଚାହୁଁଥାଆନ୍ତି ତ,ତେବେ ଆପଣଙ୍କୁ ଏହି ସମୟରେ ସୂର୍ଯ୍ୟଙ୍କ କ୍ଷତିକାରକ ରଶ୍ମିଠାରୁ ବଞ୍ଚିକି ରହିବା ମହତ୍ତ୍ୱପୂର୍ଣ୍ଣ ଅଟେ।ଏଥିସହିତ ଏହି ସମୟରେ ଆପଣ ଫ୍ୟାକ୍ଟର ୫୦ ସନ୍ସ୍କ୍ରିନ୍ ର ବ୍ୟବହାର କରନ୍ତୁ ଯାହାକି ଆପଣଙ୍କ ତ୍ୱଚା ଲାଗି ଲାଭଦାୟକ ହୋଇଥାଏ।