ବର୍ଷାଦିନେ ଖାଆନ୍ତୁ ଏହି ୪ଟି ଫଳ,ହେବ ନାହିଁ କୌଣସି ଶାରୀରିକ ସମସ୍ୟା

ବର୍ଷାଦିନ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏହି ଋତୁରେ ଚାରିଆଡ଼ ସବୁଜ ଦେଖାଯିବା ସହ ବର୍ଷାର ମଜା ଉଠାଇବା ପାଇଁ ଲୋକମାନେ ବାହାରକୁ ବୁଲି ଯାଇଥାନ୍ତି । କିନ୍ତୁ ବର୍ଷାରେ ଅଧିକ ବାହାରେ ବୁଲିବା ଦ୍ୱାରା କୌଣସି ବି ରୋଗର ଜୀବାଣୁ ଆପଣଙ୍କୁ ଖୁବ୍‌ ସହଜରେ ଆକ୍ରମଣ କରିଥାଏ । ଏହି ସମୟରେ ଭୁଲ ଖାଦ୍ୟ ବା ବାହାରେ ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ। ଏହି ଋତୁରେ ସନ୍ତୁଳିତ ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ । ଆସନ୍ତୁ ଜାଣିବା ବର୍ଷା ଋତୁରେ କେଉଁ ସବୁ ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

୧. ଲିଚି ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ । ଏଥିରେ କାର୍ବୋହାଇଡ଼୍ରେଟ୍‌, ଭିଟାମିନ୍‌ ଏ, କ୍ୟାଲସିୟମ,ପୋଟାସିୟମ,ମ୍ୟାଗ୍ନେସିୟମ,ଫସ୍‌ଫରସ୍‌,ଆଇରନ,ମିନେରାଲ୍ସ, ଭିଟାମିନ୍‌ ସି ଏବଂ ଭିଟାମିନ୍‌ ବି ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ । ପ୍ରତିଦିନ ଲିଚି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଶରୀରର ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।

Gyanpanti.com

୨. ବର୍ଷାଦିନେ ବାହାରେ ଖାଇବା ଦ୍ୱାରା ପାଚକତନ୍ତ୍ରରେ ଅସୁବିଧା ଦେଖା ଯାଇଥାଏ । ସେଥିପାଇଁ ପ୍ରତିଦିନ ଜାମୁକୋଳି ଖାଇବା ଦରକାର । ଜାମୁକୋଳି ଖାଇବା ଦ୍ୱାରା ପାଚକତନ୍ତ୍ର ମଜବୁତ୍‌ ହେବା ସହ ମଧୁମେହ ରୋଗ ନିୟନ୍ତ୍ରଣ ହୋଇ ରହିଥାଏ । ଏହା ସହ ପ୍ରତିଦିନ ଜାମୁକୋଳି ଖାଇଲେ କିଡ଼୍‍ନି ସମସ୍ୟା ଦୂର ହେବା ସହ ଦାନ୍ତ ଶକ୍ତ ହୋଇଥାଏ ।
୩. ଚେରୀ : ବର୍ଷାଦିନେ ଚେରୀ ଖାଇବା ଦ୍ୱାରା ଶରୀରକୁ ଫାଇଦା ମିଳିଥାଏ । ଏଥିରେ ଥିବା କାର୍ବୋହାଇଡ଼୍ରେଟ୍‌,ଭିଟାମିନ୍‌ ଏ, ଭିଟାମିନ୍‌ ବି ଏବଂ ଭିଟାମିନ୍‌ ସି ,ବିଟା କେରୋଟିନ୍‌, କ୍ୟାଲସିୟମ ଏବଂ ପୋଟାସିୟମ ବର୍ଷର୍ାଦିନେ ଶରୀରକୁ ସୁସ୍ଥ ରଖିଥାଏ ।
୪.ଡ଼ାଳିମ୍ବ ଲୋକମାନେ ବିଭିନ୍ନ ଋତୁରେ ଖାଇଥାନ୍ତି । କିନ୍ତୁ ବର୍ଷାଦିନେ ଏହାକୁ ଖାଇବା ଦ୍ୱାରା ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ ।

YouTube
ସମ୍ବନ୍ଧିତ ଖବର