୧୮ ବର୍ଷ ପରେ ମଧ୍ୟ ବଢ଼ାଇ ପାରିବେ ଉଚ୍ଚତା: ଅଭ୍ୟାସ କରନ୍ତୁ ଏହି ୪ଟି ଉପାୟ

ନୂଆଦିଲ୍ଲୀ : ଉଚ୍ଚତା କମ ଯୋଗୁଁ ବିଭିନ୍ନ ସମୟରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପୁଣି ଅନେକ ସ୍ଥଳରେ କମ ଉଚ୍ଚତା ପାଇଁ ପଛଘୁଞ୍ଚା ଦେବାକୁ ମଧ୍ୟ ପଡ଼ିଥାଏ। ଅନେକ ଥର ଦେଖାଯାଇଛି, କମ ଉଚ୍ଚତା ଥିବା ବ୍ୟକ୍ତିଙ୍କର ଅଧିକ ଓଜନ ମଧ୍ୟ ରହିଥାଏ। ଏମିତି ସ୍ଥିତିରେ ସାଧାରଣତଃ ଲୋକ ବଜାରରେ ବିକ୍ରି ହେଉଥିବା ଉଚ୍ଚତା ବୃଦ୍ଧି ଔଷଧ ଏବଂ ପାନୀୟ ବ୍ୟବହାର କରନ୍ତି। ଏହା ଶରୀରକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଥାଏ। ଆମ ଶରୀରରେ ଥିବା ହ୍ୟୁମାନ ଗ୍ରୋଥ ହରମୋନ ହାଡ଼ ଏବଂ ମେଟାବୋଲିଜମ୍‌କୁ ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ । ଏହି ହରମୋନ ୧୨-୧୩ ବୟସର ଯୁବକଙ୍କ ଶରୀରରେ ଅଧିକ ମାତ୍ରାରେ ରହିଥାଏ, ତେଣୁ ତାଙ୍କର ଉଚ୍ଚତା ୧୮ ବର୍ଷ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ବଢ଼ିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କିଛି ସାଧାରଣ ଅଭ୍ୟାସ କରିବା ଦ୍ୱାରା ୧୮ ବର୍ଷ ପରେ ମଧ୍ୟ ଆରମରେ ଆପଣ ବଢ଼ାଇ ପାରିବେ ଉଚ୍ଚତା । ଆସନ୍ତୁ ଜାଣିବା ଏହା ବିଷୟରେ….।

ଏକଥା ଆପଣ ଜାଣନ୍ତି କି, ଶରୀରର ଉଚ୍ଚତା ଦିନକୁ କିଛି ମାତ୍ରାରେ କମ ହୋଇଥାଏ। କାରଣ ଯେତେବେଳେ ଆମେ ଠିଆ ହୋଇ କାର୍ଯ୍ୟକରୁ ସେତେବେଳେ ମେରୁଦଣ୍ଡ ହାଡ଼ରେ ଚାପ ପଡ଼ିବା ଦ୍ୱାରା କିିଛି ମାତ୍ରାରେ ଉଚ୍ଚତା କମ ହୋଇଥାଏ । ଯଦି ଶରୀରକୁ ଠିକ ଭଙ୍ଗୀରେ ରଖାଯାଏ ତେବେ ଉଚ୍ଚତା କମ୍‌ ହୋଇ ନ ଥାଏ । ଏଥି ପାଇଁ ଦୈନିକ ଝୁଲିବା ବ୍ୟାୟାମ କରିବାକୁ ପଡ଼ିଥାଏ। ଏହା ଦ୍ୱାରା ମେରୁଦଣ୍ଡ ହାଡ଼ ଉପରେ ଚାପ ପଡ଼ିବ ନାହିଁ ଏବଂ ଏହା ଶକ୍ତ ମଧ୍ୟ ହେବ ।

Redefining Strength

ଠିକ ମାତ୍ରାରେ ପୋଷଣ ମିଳିବା ଦ୍ୱାରା ଶରୀରରେ ରକ୍ତ ବଢ଼ିବା ସହ ଏହାର ପ୍ରଭାବ ଠିକ ରହିଥାଏ। ଫଳ , ସବୁଜ ପନିପରିବା ଓ କ୍ଷୀରରେ ଭରପୂର ମାତ୍ରାର ପ୍ରୋଟିନ ରହିଥାଏ । ଏହାକୁ ଦୈନିକ ଖାଇବା ଦ୍ୱାରା ମେଟାବୋଲିଜିମ ବୃଦ୍ଧି ହେବା ସହ ଗ୍ରୋଥ ହରମୋନ ବଢ଼ିଥାଏ ।

ଉଚ୍ଚତା ବଢ଼ାଇବାର ସବୁଠାରୁ ଭଲ ଉପାୟ ହେଉଛି ଦିନରେ ୧୫ ମିନିଟ ଷ୍ଟ୍ରେଚିଙ୍ଗ୍‌ ବ୍ୟାୟାମ କରିବା । ଏହା ଦ୍ୱାରା ମେରୁଦଣ୍ଡ ହାଡ଼ ଶକ୍ତ ହେବା ସହ ଉଚ୍ଚତା ବୃଦ୍ଧି ହୋଇଥାଏ। ଷ୍ଟ୍ରେଚିଙ୍ଗ ପାଇଁ ସୂର୍ଯ୍ୟ ନମସ୍କାର ଏକ ବହୁତ ଭଲ ବ୍ୟାୟାମ ଅଟେ ।

ଉଚ୍ଚତା ବଢ଼ାଇବା ପାଇଁ ଶରୀରକୁ ଯଥେଷ୍ଟ ମାତ୍ରାରେ ନିଦ୍ରା ଆବଶ୍ୟକ ହୋଇଥାଏ। କିନ୍ତୁ ଏଥି ପାଇଁ ସଠିକ ଭଙ୍ଗୀରେ ଶୋଇବା ନିହାତି ଆବଶ୍ୟକ । ଶୋଇବା ସମୟରେ ମୁଣ୍ଡରେ ନୁହ, ବରଂ ଆଣ୍ଠୁ ତଳେ ତକିଆ ରଖିବା ଆବଶ୍ୟକ । ଏହି ଭଙ୍ଗୀରେ ଶୋଇବା ଦ୍ୱାରା ମେରୁଦଣ୍ଡ ହାଡ଼ ଶକ୍ତ ହେବା ସହ ଷ୍ଟ୍ରେଚିଙ୍ଗ ମଧ୍ୟ ହୋଇଥାଏ। ଏପରି ଶୋଇବା ଦ୍ୱାରା ପିଠି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।

ସମ୍ବନ୍ଧିତ ଖବର