ଜାଣନ୍ତୁ ଆଜିର ରାଶିଫଳ


ମେଷ: ସଫଳତା ପ୍ରାପ୍ତିର ଦିନଟିଏ। ସବୁ ଲୋକ ଆପଣଙ୍କ କାମରେ ପ୍ରଭାବିତ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

ବୃଷ: ଆଜି ଦିନଟି ଉତ୍ତମ ରହିବ। ନୂଆ କାମର ଯୋଜନା କରିପାରନ୍ତି। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ଘରକୁ କୌଣସି ସଂପର୍କୀୟ ଶୁଭ ସମାଚାର ନେଇ ଆସିବେ। କ୍ରିକେଟ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ମିଥୁନ: ଆର୍ଥିକ ଲାଭ ପାଇଁ ଶୁଭ ଦିନଟିଏ। ସାମାଜିକ ପ୍ରଶଂସାରେ ଆପଣଙ୍କୁ ଖୁସି ପ୍ରାପ୍ତ ହେବ। ବ୍ୟବସାୟରେ ଉନ୍ନତି ଲାଗି ନୂଆ ଅବସର ପାଇବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଖୋଦକୁ ଊର୍ଜାବାନ ଅନୁଭବ କରିବେ। ନିକଟ ସଂପର୍କୀୟଙ୍କ ମାଧ୍ୟମରେ ଫାଇଦା ହେବ। ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।


ସିଂହ: ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅତୁଟ ରହିବ। ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ମନୋରଂଜନଧର୍ମୀ କାର୍ଯ୍ୟରେ ପଇସା ଖର୍ଚ୍ଚ ହୋଇପାରେ। ଶୁଭରଙ୍ଗ: ଈଷତ୍‌ ଲାଲ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆଜି ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ବୈବାହିକ ଜୀବନ ଆନନ୍ଦମୟ ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।


ତୁଳା: ଆପଣଙ୍କର କୌତୁକିଆ ସ୍ୱଭାବ ଲୋକପ୍ରିୟତା ବୃଦ୍ଧି କରାଇବ। ଅଫିସରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ଘରୋଇ ଜିନିଷ କିଣିବାରେ ପଇସା ଅଧିକ ଖର୍ଚ୍ଚ ହେବ। ଜୀବନସାଥୀ ଆପଣଙ୍କ ପ୍ରତି ଦୟାଶୀଳ ରହିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ଶ୍ରୀକୃଷ୍ଣ।

ବିଛା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ପୈତୃକ ସଂପତ୍ତିର ଭାଗବଣ୍ଟା ଆପଣଙ୍କ ପକ୍ଷରେ ରହିବ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ। ଛାତ୍ରମାନେ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ବାବା କପିଳାସ।

ଧନୁ: ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ଆୟର ନୂଆ ସ୍ରୋତ ପ୍ରସ୍ତୁତ ହେବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ନୂଆ ଜିନିଷ କିଣିବା ପାଇଁ ଶୁଭ ସମୟ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।

ମକର: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ନାରଙ୍ଗୀ। ଆରାଧନା: ହର ପାର୍ବତୀ।


କୁମ୍ଭ: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ଆଜି ଆପଣଙ୍କୁ କୌଣସି ବିଶେଷ କଥାର ସୂଚନା ମିଳିବ। ପ୍ରଭୁଙ୍କୁ ସ୍ମରଣ କରନ୍ତୁ, ହେବାକୁ ଥିବା କାମ ସହଜରେ ହୋଇଯିବ। ପରିବାର ସଦସ୍ୟଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ଶୁଭରଙ୍ଗ: ଘିଅ। ଆରାଧନା: ମାଆ ତାରିଣୀ।

ମୀନ: ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। କୌଣସି କାମରୁ ବଡ଼ ଫାଇଦା ହୋଇପାରେ। ସ୍ୱାଧୀନ ସଂସ୍ଥାରେ ଚାକିରି କରୁଥିବା ବ୍ୟକ୍ତିିଙ୍କର ପଦୋନ୍ନତି ହେଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର