ଏହି ୪ଟି ଘରୋଇ ଉପାୟ ଆପଣାନ୍ତୁ, ଗ୍ୟାଷ୍ଟ୍ରିକ୍‌ରୁ ମୁକ୍ତି ପାଆନ୍ତୁ

ସାଧାରଣ ଭାବେ ଦେଖାଯାଉଥିବା ପେଟବିନ୍ଧା, ମୁଣ୍ଡବିନ୍ଧା ବା ଶରୀରର ଅନ୍ୟ ଅଙ୍ଗରେ ଯନ୍ତ୍ରଣା ଭଳି ସମସ୍ୟାର କାରଣ ହୋଇଥାଏ ଗ୍ୟାଷ୍ଟ୍ରିକ୍‌ । ଯଦି ଆପଣଙ୍କର ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଥାଏ, ତା’ହେଲେ ଏହି ସବୁ ଘରୋଇ ଉପଚାର ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ।

 

 

ଗ୍ୟାସ୍‌ର ସମସ୍ୟାରୁ ତୁରନ୍ତ ମୁକୁଳିବା ପାଇଁ, ଗୋଲମରିଚ ଓ ଲୁଣକୁ ଗୁଣ୍ଡ କରି ଗରମ ପାଣିରେ ମିଶାଇ ପିଅନ୍ତୁ। ତୁରନ୍ତ କାମ ଦେବ। ଗୋଟିଏ ଗ୍ଲାସ୍‌ ଗରମ ପାଣିରେ ଫାଳେ ଲେମ୍ବୁ, କିଛି କଳା ଲୁଣ, ଜୀରା ଗୁଣ୍ଡ ଓ କିଛି ହେଙ୍ଗୁ ମିଶେଇ ପିଇଲେ ଗ୍ୟାସ୍‌ର ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ।

 

ହେଙ୍ଗୁ, ସୁଣ୍ଠି, ଗୁଡ଼ ଆଦିକୁ ସେବନ କଲେ ଏହି ସମସ୍ୟା ଆଦୌ ରହେ ନାହିଁ। କିଛି ହଳଦୀ, ଧନିଆ, ଅଦା ଏବଂ କଳା ଲୁଣକୁ ପାଣିରେ ଗରମ କରି ପିଅନ୍ତୁ, ଗ୍ୟାସ୍‌ରୁ ତୁରନ୍ତ ମୁକ୍ତି ମିଳିବ।

 

ଭୋଜନ କରିବା ପରେ ୫ ମିନିଟ୍‌ ପାଇଁ ବଜ୍ରାସନରେ ବସନ୍ତୁ, ଗ୍ୟାସ୍‌ ହେବ ନାହିଁ। ପିପରମେଣ୍ଟ ତୈଳ ର କ୍ୟାପ୍‌ସୁଲ୍‌ ଗ୍ୟାସ୍‌ର ସମସ୍ୟା ରୁ ମୁକ୍ତି ଦେଇଥାଏ, କିନ୍ତୁ ଏହା ପେଟରେ ଅଧିକ ପୀଡ଼ା ହେଲେ ନିଅନ୍ତୁ।

 

ପେଟରେ ଗ୍ୟାସ୍‌ ହେବା ସମୟରେ ପାନମହୁରୀ, ମେଥି, ଲବଙ୍ଗକୁ ଧୀରେ ଧୀରେ ଚୋବାନ୍ତୁ। ଯଦି ଗ୍ୟାସ୍‌ ବା ଏସିଡିଟି ସମସ୍ୟା ହୁଏ, ତା’ହେଲେ, ସୁଖା ଧନିଆ, ଗୁଜୁରାତିଏବଂ ହଳଦୀ ସେବନ କଲେ ଏଥିରୁ ଛୁଟ୍‌କାରା ପାଇ ପାରିବେ।

 

ସମ୍ବନ୍ଧିତ ଖବର