ବିତର୍କ ପ୍ରତିଯୋଗିତାରେ ଭୁବନେଶ୍ୱର ଜୋନରୁ ଏମାନେ ପାଇଲେ ସଫଳତା

ଭୁବନେଶ୍ବର : ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି (ରବିବାର) ବିତର୍କ ଓ ସାରେଗାମା ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଜଣାଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଆୟୋଜିତ ବିତର୍କ ଏବ˚ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍’ ପକ୍ଷରୁ ଆୟୋଜିତ ‘ସାରେଗାମା’ ପ୍ରତିଯୋଗିତାରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଉଥିବା ଜଣାଯାଇଛି। ତେବେ ବିତର୍କ ପ୍ରତିଯୋଗିତାରେ ଭୁବନେଶ୍ୱର ଜୋନର ଫଳାଫଳ ପ୍ରକାଶ ପାଇଛି |

ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜୁପିଟର ପ୍ଲସ ୨ ସାଇନ୍ସ କଲେଜର ଛାତ୍ର ସୁଦୀପ ସୁଦର୍ଶନ ରଣା | ସେହିପରି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ମୋନାଲି ସାହୁ | ମହର୍ଷି ମହିଳା ଡିଗ୍ରୀ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି | ବିତର୍କ ପ୍ରତିଯୋଗିତାରେ ବିଚାରକ ଭାବେ ପୂର୍ବତନ ଡିଜି ବିପିନ ବିହାରୀ ମିଶ୍ର,ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେଲିନ ମହାନ୍ତି ଓ ଆଇନଜୀବୀ ମୋନାଲିସା ଗନ୍ତାୟତ ଯୋଗ ଦେଇଥିଲେ |

ବିତର୍କର ବିଷୟବସ୍ତୁ ଥିଲା ‘ନୂଆ ଟ୍ରାଫିକ ନିୟମର ମୋଟା ଜରିମାନା ଦୁର୍ଘଟଣାକୁ ରୋକିପାରିବ’ | ଆସନ୍ତା ଅକ୍ଟୋବର ୩ ତାରିଖରେ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେମାନେ ଭାଗ ନେବେ। ଏଥିରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହେବେ ସେମାନଙ୍କୁ ଅକ୍ଟୋବର ୪ ତାରିଖରେ ‘ସମ୍ବାଦ’ର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯିବ। କୃତୀ ପ୍ରତିଯୋଗୀଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର