ଭୁବନେଶ୍ୱର: ୟୁନିଟ-୮ ଏନ୍‌ଏଚ୍‌ଏମ୍‌ ଅଫିସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୮ସ୍ଥିତ ଏନ୍‌ଏଚ୍‌ଏମ୍‌ ଅଫିସରେ ଶନିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଦେଖାଯାଇଛି। କୋଠାର ଦ୍ୱିତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତି ସଂପର୍କରେ ଜଣାପଡ଼ି ନାହିଁ।

ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ରାଜଧାନୀର ଘରୋଇ ହସ୍ପିଟାଲ ‘ଆପୋଲୋ’ରେ ଅଗ୍ନିକାଣ୍ଡ ଦେଖାଯାଇଥିଲା। ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିବା ପରେ ରୋଗୀ, ରୋଗୀଙ୍କ ସଂପର୍କୀୟ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଭୟଭୀତ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର